ପିଣ୍ଟୁ ସାହୁ : ଦଶହରା ଭାରତ ବର୍ଷର ଗୋଟିଏ ପ୍ରସିଦ୍ଧ ପର୍ବ l ଦଶହରାକୁ ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥାନ୍ତି l କାରଣ ଏହା ମା ଙ୍କର ପର୍ବ ,ମୄଦୁର୍ଗତି ନାଶିନୀ ଧରାପୃଷ୍ଠକୁ ପାପର ବିନାଶ କରିବବ ପାଇଁ ଓଲ୍ହାଇ ଆସନ୍ତି l ପାପୀ ମାନଙ୍କର ପାପର ବିନାଶ ହେଲେ ଧରାପୃଷ୍ଠ ପୁରୀ ଉଠିବା ଆନନ୍ଦ ଉଲ୍ଲାସରେ l ହିନ୍ଦୁ ଧର୍ମର ଦେବାଦେବୀଙ୍କ ମଧ୍ୟରେ ମା ଦୁର୍ଗାଙ୍କର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି l ସେ ପାପ ହରିଣୀ ,ବିଘ୍ନ ବିନାଶିନୀ ,ଶକ୍ତି ରୂପିଣୀ l ତାଙ୍କର ଅନେକ ରୂପ ରହିଛି l ଆସୀନ ମାସ ଆରମ୍ଭରେ ମା ଙ୍କୁ ସ୍ୱାଗତ କରିବା ପାଇଁ ଧାର ବକ୍ଷରେ କାଶତଣ୍ଡୀ ଫୁଲର ସମ୍ଭାର ହୋଇଥାଏ l ଦେଖିଲେ ଏପରି ଲାଗେ ଯେମିତି ଫୁଲ ଗୁଡିକ ଗୋଟିଏ ଧଳା ଚାଦର ଧରି ଚାହିଁ ରହିଥାନ୍ତି ମାଙ୍କର ଆସିବା ବାଟକୁ l
ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଗୋଟିଏ ଦୁର୍ଲଭ ସୁଖ ଅନୁଭବ ହୁଏ l କାରଣ ମା ଆସିବେ ଓ ସମସ୍ତେ ମାଙ୍କ କୋଳରେ ନିଜର ଦୁଃଖର ପସରା ଖୋଲି ରଖିଦେବେ l ମା ସମସ୍ତଙ୍କ ଦୁଃଖ ହରଣ କରି ସମସ୍ତଙ୍କୁ ସୁରକ୍ଷା ଦେବେ l ସେହି ସମୟରେ କାହାରି ମନରେ ଦୁଃଖ କଷ୍ଟ ଓ ଭୟର ତିଳେବି ସ୍ଥାନ ନଥାଏ l ସମସ୍ତେ ମାଙ୍କ ନିକଟରେ ନିଅଜାକୁ ସୁରକ୍ଷିତ ମାନେ କରନ୍ତି l ମଣିଷ ମନର ଏହା ବିଶ୍ୱାସ l
ମା ଦଶଭୁଜା ଧାରଣା କରି ପୃଥିବୀ ପୃଷ୍ଠାକୁ ଆସନ୍ତି ଆମକୁ ସୁରକ୍ଷା ଦେବାପାଇଁ l ମଣିଷ ସମାଜ ପାଇଁ ଦଶହରା ଏକ ବାର୍ତା ଦେଇଥାଏ l ପାପର ବିନାଶ କରି ଧର୍ମର ସ୍ଥାପନ କରିବା ଏହାହିଁ ଶିଖାଇଥାଏ l ମା ନାରୀ ହୋଇ ମଧ୍ୟ ମହିଷାସୁର ଭଳି ରାକ୍ଷସକୁ ସଂହାର କରିଥିଲେ l ଯାହା ଯୁଗ ଯୁଗ ପାଇଁ ସ୍ମରଣୀୟ ହୋଇ ରହିଗଲା l ମା ଦୁର୍ଗତି ନାଶିନୀ ମହିଷାସୁରକୁ ବଦ୍ଧ କଲା ବେଳେ ଯେଉଁ ଉଗ୍ରରୂପ ଧାରଣା କରିଥିଲେ ତାହା ଆମ ମନରେ ଏକ ଛାପ ଛାଡିଯାଏ l ଆମକୁ ଅନେକ କଥା ଶିଖାଇଥାଏ l ମାଙ୍କ ପାଖରେ ସ୍ନେହ ,ଶ୍ରଦ୍ଧା ଓ ସହାନୁଭୂତି ସବୁ ମିଳିଥିଲେ ମଧ୍ୟ ସମୟ ଆସିଲେ ସେ ଦୁର୍ଗତି ନାଶିନୀ ରୂପ ମଧ୍ୟ ଧାରଣା କରନ୍ତି l
ସେହିପରି ଗୋଟିଏ ନାରୀର ଅନେକ ରୂପ ରହିଥାଏ l ମା ,ଭଉଣୀ ,ଜାୟା ଓ କନ୍ୟା ସବୁ ରୂପରେ ସେ ପୂଜ୍ୟା l ସମୟ ଆସିଲେ ମା ମମତାରେ ଢାଙ୍କିଦିଏ ଓ ଭଉଣୀ ହୋଇ ହାତଧରି ଭଲ ବାଟ ମଧ୍ୟ ଦେଖାଇଥାଏ l ଜାୟା ଭାବରେ ପ୍ରେମ ମଧ୍ୟ କରିଥାଏ ଓ କନ୍ୟା ଭାବରେ ସ୍ନେହ ମଧ୍ୟ କରିଥାଏ l ଦରକାର ପଡିଲେ ସେହି ଶାନ୍ତ ସରଳା ନାରୀ ଅସ୍ତ୍ର ଶସ୍ତ୍ର ଧରି ପାପର ସଂହାର କରିବା ପାଇଁ ପଛାଏ ନାହିଁ l ମା ଦୁର୍ଗା ହେଉଛନ୍ତି ଆମପାଇଁ ସର୍ବଦା ବନ୍ଦନୀୟା ଓ ତାଙ୍କର ଏହି ବାର୍ତା ସବୁବେଳେ ମଣିଷ ସମାଜରେ ଗୋଟିଏ ପର୍ବ ଭାବରେ ପାଳନ କରାଯାଉଥିବ l
ଦଶହରା ଦିନଟିକୁ ଆମେମାନେ ନିଜ ମନର ସମସ୍ତ ବ୍ୟଥାକୁ ଦୂରକରୀ ପାଳନ କରିଥାଉ l ଦଶହରା ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି l ଘରେ ଘରେ ପିଠା ପଣା ହୋଇଥାଏ l ଦଶହରାରେ ଗାଡି ପୂଜା କରିବା ହିନ୍ଦୁ ଧର୍ମର ଗୋଟିଏ ପରମ୍ପରା ରହିଛି l କାରଣ ଗାଡିକୁ ମାଙ୍କର ରୂପ ଦିଆଯାଇଥାଏ l ତେଣୁ ତାଙ୍କୁ ଶଙ୍ଖା,ସିନ୍ଦୁର ଓ ଫୁଲ ଦେଇ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ପୂଜା ଅର୍ଚନା କରିଥାଉ l ମଣିଷ ମନର ବିଶ୍ୱାସ ରହିଛି ଯେ ଯେତେବଡ ବିପଦ ଆସିଲେ ମଧ୍ୟ ଏହି ଗାଡି ରୂପକ ମା ଆମର ସବୁ ବିପଦକୁ ଦୁରେଇ ଦେବେ lଦଶହରା ପର୍ବର ମାହାତ୍ମ୍ୟ ଯୁଗ ଯେତେ ଆଧୁନିକ ଆଡକୁ ଗତି କଲେ ମଧ୍ୟ ତାର ଏହି ସ୍ୱତନ୍ତ୍ର ମାନ୍ୟତା ହିନ୍ଦୁ ଧର୍ମରେ ସବୁବେଳେ ରହିଥିବ l