କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : କରୋନା ମହାମାରୀରେ ଚଳିତ ବର୍ଷ ସବୁ ପର୍ବପର୍ବାଣୀ ବନ୍ଦ ହୋଇଯାଇଥିବା ବେଳେ ପାର୍ବଣରେ ଦୁର୍ଗାପୂଜା ମଧ୍ୟ ଫିକା ହୋଇଯିବାର ସମ୍ଭାବନା ଦେଖାଦେଇଛି। ତେବେ କରୋନା କଟକଣା ଭିତରେ ନିର୍ଦ୍ଧିଷ୍ଟ ଗାଇଡ୍ ଲାଇନ୍ ଅନୁସାରେ ପୂଜା କରିବା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।ଯାହାକୁ ନେଇ ଏବେ ବିଭିନ୍ନ ପୂଜା କମିଟି ପକ୍ଷରୁ ଯଥାରୀତି ଅନୁସାରେ ଗାଇଡ୍ ଲାଇନ୍ ପାଳନ କରି ପୂଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ରବିବାର ବେଗୁନିଆପଡ଼ା ବସଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ ମା ନାରାୟଣୀକଂ ମନ୍ଦିର ନିକଟରେ ପହଞ୍ଚି ପୂଜାର୍ଚ୍ଚନା ପୂର୍ବକ ପୂଜା ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ନିର୍ଦ୍ଧିଷ୍ଟ କର୍ମକର୍ତ୍ତାକଂ ସହ ପୂଜକ ମାକ୍ସ ପରିଧାନ କରି ସାମାଜିକ ଦୂରତାକୁ ବଜାୟ ରଖି ଏହି ଶୁଭ କାର୍ଯ୍ୟ କରାଯାଇଛି। ଆଗକୁ ମଧ୍ୟ ଅତି କମ୍ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ମା ଙ୍କ ପୂଜା ବିଧି ଅନୁସାରେ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବେଗୁନିଆପଡ଼ା ବସଷ୍ଟାଣ୍ଡ ଠାରେ ଦୀର୍ଘ ୨୦ ବର୍ଷ ଧରି ପୂଜା ପାଳିତ ହୋଇ ଆସୁଛି। ସେହିପରି ପରିବା ବଜାର ପୂଜା କମିଟି ପକ୍ଷରୁ ମଧ୍ୟ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଜଣାପଡିଛି।