Odisha news

ମାଙ୍କୁ ଷଷ୍ଠୀ ପୂଜା ବିଧିରେ ଲଗାନ୍ତୁ ରସଗୋଲା ଭୋଗ

0

ମା ଦୁର୍ଗାଙ୍କର ପୂଜା ବିଦ୍ଧି ନିୟମ ଅନୁସାରେ ହୋଇଥାଏ l ନବରାତ୍ରି ଆରମ୍ଭ ହେବ ଦିନ ଠାରୁ ବିଭିନ୍ନ ପ୍ରକାରର ମିଷ୍ଟାନ ମାଙ୍କ ପାଖରେ ପ୍ରସାଦ ଲଗାଯାଇଥାଏ l ଷଷ୍ଠୀ ଦିନ ମାଙ୍କ ପାଖରେ ରସଗୋଲା ଭୋଗ ଲାଗେ l ସାଧାରଣତଃ ଆମେ ପୂଜା ସମୟରେ ପ୍ରସାଦ ଘରେ ତିଆରି କରିବାକୁ ଇଛା ପ୍ରକାଶ କରିଥାଉ l ଚଳିତ ବର୍ଷ କୋଭିଡି କଟକଣା ଯୋଗୁ ପ୍ରାୟତଃ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି l ତେଣୁ ଏହି ରସଗୋଲା ଘରେ କିପରି ପ୍ରସ୍ତୁତ କରିବା ତାହାର ପ୍ରଣାଳୀ ଓ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା l

ଆବଶକ୍ୟ ସାମଗ୍ରୀ –

ଏକ କେଜି ଚୁପୁଡା ଛେନା ,ପାଞ୍ଚ ଗ୍ରାମ ଗୁଜୁରାତି ,ଏକ କେଜି ଚିନି ,ଦେଢ଼ ଲିଟର ପାଣି ଓ ଅଳ୍ପ କିଛି ଘିଅ l

ପ୍ରସ୍ତୁତି ପ୍ରଣାଳୀ –

ଏକ କିଲୋ ଛେନାକୁ ଭଲଭାବରେ ଚକଟି ଚିକଣ କରିଦିଅ l ଚକଟିଲା ବେଳେ ଏଥିରେ ଅଳ୍ପକିଛି ଗୁଜୁରାତି ଗୁଣ୍ଡ ମିଶାଇ ଚକଟି ରଖ l ଏହା ପରେ ଏକ କଡେଇରେ ଏକ କେଜି ଚିନି ଓ ଦେଢ଼ ଲିଟର ପାଣିକୁ ମିଶାଇ ଚୁଲିରେ ବସାଇ ସିରା ପ୍ରସ୍ତୁତ କର l ଏହି ସିରା ଫୁଟିଲା ବେଳେ ଏଥିରେ ବାକିତକ ଗୁଜୁରାତି ଗୁଣ୍ଡ ପକାଇ ଦିଅ l ଏହି ସମୟରେ ଗ୍ୟାସକୁ କମାଇ ଦିଅ l ତାପରେ ହାତ ପାପୁଲିରେ ଅଳ୍ପ ଟିକିଏ ଘିଅ ମାରି ଚକଟା ଛେନାକୁ ଗୋଲ ଗୋଲ କରି ଗୋଟିଏ ଜାଗାରେ ରଖନ୍ତୁ l ତାପରେ ଗ୍ୟାସକୁ ବଢ଼ାଇ ଦିଅ l ସିରା ଯେତେବେଳେ ଜୋରରେ ଫୁଟିବାକୁ ଲାଗିବ ଛେନା ଗୁଳା ଗୁଡିକୁ ସିରାରେ ପକାଇ ଦିଅ l ରସଗୋଲା ଗୁଡିକ ଫୁଟି ଆସିଲେ ତାକୁ ଏକ ଚାମଚରେ ଚିପି ଦେଖ l ଯଦି ଏହା ଚାମଚରେ ନଲାଗେ ତେବେ ରସଗୋଲା ହୋଇଯାଇଛି ବୋଲି ଜାଣିବେ l ରସଗୋଲା ଗୁଡିକ ଭଲରେ ଫୁଟି ଗଲା ପରେ ତଳେ ବସିଯିବେ l ଏହାପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଘର ତିଆରି ପ୍ରସାଦ l

Leave A Reply