Odisha news

ଆଜି ହେଉଛି ନବରାତ୍ରି ର ୫ମ ଦିନ, ମା ଷ୍କନ୍ଦମାତା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଠ କରନ୍ତୁ ଏହି ଗୋଟିଏ ମନ୍ତ୍ର

0

ଶାରଦୀୟ ନବରାତ୍ରି ର ପଞ୍ଚମ ଦିନରେ ମା ଷ୍କନ୍ଦମାତା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଷ୍କନ୍ଦମାତା ଙ୍କର ଚାରିଟି ଭୁଜା ରହିଥାଏ l ମା ଙ୍କର ଡାହାଣ ପାର୍ଶ୍ୱରେ ଭଗବାନ ସ୍କନ୍ଦ ମାଙ୍କ କୋଳରେ ବିରାଜମାନ l ଏବଂ ବାମ ପାର୍ଶ୍ୱ ଭୁଜାରେ ପଦ୍ମ ଫୁଲ ରହିଛି l ମାନ୍ୟତା ରହିଛି ଯେ ମା ଷ୍କନ୍ଦମାତା ଙ୍କ ପୂଜା ସମୟ ରେ ବ୍ରତ କରିବା ଦ୍ୱାରା ସାଧକ କୁ ଶୁଭ ଫଳ ମିଳିଥାଏ l ଷ୍କନ୍ଦମାତା ଙ୍କୁ ପୂଜାର୍ଚନା କରୁଥିବା ବ୍ୟକ୍ତିଙ୍କୁ କଦାପି ନକାରାତ୍ମକ ଶକ୍ତି ସ୍ପର୍ଶ କରିନଥାଏ l

– ଷ୍କନ୍ଦମାତା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ମାଙ୍କ ର ପ୍ରିୟ ରଙ୍ଗ ର ବସ୍ତ୍ର ଧାରଣ କରନ୍ତୁ l ମା ଷ୍କନ୍ଦମାତା କଦାପି ନିଜ ଭକ୍ତଙ୍କୁ ନିରାଶ କରନ୍ତି ନାହିଁ l ନିଜ ଭକ୍ତର ସମସ୍ତ ମନସ୍କାମନା ପୁର୍ଣ କରି ଥାଆନ୍ତି l

– ଯେଉଁ ଗୃହରେ ଷ୍କନ୍ଦମାତା ଙ୍କୁ ଭକ୍ତିରେ ପୂଜା କରାଯାଏ ସେହିଠାରେ ଶକ୍ତି, ସୁଖ ସମୃଦ୍ଧି ବାସ ହୋଇଥାଏ l ସନ୍ତାନ ମାନଙ୍କର ଉତ୍ତରୋତ୍ତର ଉନ୍ନତି ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

– ମା ଷ୍କନ୍ଦମାତା ଙ୍କ ପ୍ରିୟ ରଙ୍ଗ ହେଉଛି ଶ୍ୱେତ ବା ଧଳା , ଏହି ରଙ୍ଗର ବସ୍ତ୍ର ମା ଙ୍କୁ ପ୍ରଦାନ କରିବା ଦ୍ୱାରା ଶକ୍ତି ବୃଦ୍ଧି ହୋଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ l ଏବଂ ଗୃହ ର କ୍ଳେଶ ଦୂର ହୋଇଥାଏ l ଧଳା ରଙ୍ଗ ହେଉଛି ଶାନ୍ତି, ସୁଖ ଓ ସମୃଦ୍ଧି ର ପ୍ରତୀକ ଅଟେ l ଏବଂ ଭକ୍ତ ଆଜିର ଦିନରେ ହଳଦିଆ କିମ୍ବା ହାଲୁକା ସୁନେଇ ରଙ୍ଗର ବସ୍ତ୍ର ଧାରଣ କରିବା ଜରୁରୀ l

– ଆଜିର ଦିନରେ ମାଙ୍କ ନିକଟରେ ‘ଯା ଦେବୀ ସର୍ବଭୂତେଷୁ ମା ଷ୍କନ୍ଦମାତା ରୁପେଣ ସଂସ୍ଥିତା , ନମସ୍ତସେଇ ନମସ୍ତସେଇ ନମସ୍ତସେଇ ନମୋ ନମଃ ‘ ମନ୍ତ୍ରଟିକୁ ପାଠ କରିବା ଦ୍ୱାରା ଭାଗ୍ୟର ସମସ୍ତ କଷ୍ଟ ଯନ୍ତ୍ରଣା ଦୂର ହୋଇଥାଏ l

Leave A Reply