ଅସ୍ତରଙ୍ଗ,ପୁରୀଜିଲା ଅସ୍ତରଙ୍ଗ ବ୍ଲକ ର ସର୍ବପୁରାତନ ସଂଗଠନ ଦୁର୍ଗା କ୍ଳବ ତରଫରୁ ,ଆସନ୍ତା କିଛିଦିନ ମଧ୍ୟରେ ହେବାକୁ ଥିବା ଦୁର୍ଗାପୂଜା ଓ ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ,ସ୍ଥାନୀୟ ପ୍ରଶାସନ,ପୋଲିସ, ଗଣମାଧ୍ୟମ ପ୍ରତିନିଧି ଆଦି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଦୁର୍ଗା କ୍ଳବ ର ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ତହସିଲଦାର ରାଜଳଷ୍ମୀ ନୟକ,ପୋଲିସି ଏ ଏସ ,ଆଇ ପ୍ରଶାନ୍ତ କୁମାର ବିଶ୍ବାଳ, ସ୍ୱାସ୍ଥ୍ୟ ଅଧକାରୀ ସଂଜୟ ପ୍ରଧାନ, ଙ୍କ ସମେତ ଅସ୍ତରଙ୍ଗ ଅଗ୍ନିଶ୍ରମ ବାହିନୀର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୋଭିଡ ନେଇ ବନ୍ଦ ଥିବା ପୂଜା ଚଳିତ ବର୍ଷ ଆରମ୍ଭ ହେଉ ଥିବାରୁ,ମଣ୍ଡପ, ସାଜସଜା, ଆକର୍ଷଣୀୟ ମୂର୍ତି ଓ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଯାତ୍ରା ସମ୍ବ୍ରାଟ ତୁଳସୀ ଗଣ୍ୟନାଟ୍ୟ ସହ ଦିନବେଳା ବିଭିର୍ଣ କଳାକାର ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ଓ କୁଇଜ ପ୍ରତିଯୋଗିତା ରହିଅଛିବୋଲି ବୈଠକ ରେ ସଭାପତି ପ୍ରକାଶ କରିଥିଲେ । ଟ୍ରାଫିକ, ସାନିଟାଇଜେସନ, ମେଡ଼ିସିନ ଷ୍ଟଲ,ଆଦି କୁ ଅଗ୍ରାଧିକାର ଦିଆଯିବା ଓ ଯାତ୍ରା ସମୟରେ ଯେପରି ବିଶୃଙ୍ଖଳା ନ ଘଟେ ,ଦୁର୍ଗା କ୍ଳବ ର ଭଲିଣ୍ଟର ମାନଙ୍କ ସହ ମିସି ପୋଲିସି ପକ୍ଷରୁ କଡା ନଜର ରଖାଯିବ ବୋଲି ନିଷ୍ପତି ହୋଇଛି। ମହିଳା ମାନଙ୍କ ପାଇଁ ଶୃଂଖଳିତ ଦର୍ଶନ ର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ଅସ୍ତରଙ୍ଗ ବଜ଼ାର କମିଟି ସଭାପତି ଦୁଷ୍ମନ୍ତ ପରିଡା,କ୍ଳବ ଉପ-ସଭାପତି ପ୍ରକାଶ ଚନ୍ଦ୍ର ବେହେରା,ଶିକ୍ଷାବିତ୍ ରବୀନ୍ଦ୍ର ମହାନ୍ତି ଙ୍କ ସହ ବହୁ ଶିକ୍ଷିତ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।ଏହି ପୂଜା ଅସ୍ତରଙ୍ଗ ଉପକୂଳ ଅଞ୍ଚଳର ଏକମାତ୍ର ପୂଜା ଅନୁଷ୍ଠାନ ଓ ଦୁର୍ଗା ମଣ୍ଡପ କୁ ପରିଦର୍ଶନ କରିବା ପାଇଁ ସାତ ଦିନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଆସିଥାନ୍ତି ।