Odisha news

ତାଳଚେରର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ

0

ତାଳଚେର ତା ୧୯/୦୯ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଭୁବନେଶ୍ୱରର ସାରଦା କୁମାର ଶ୍ରୀବାସ୍ତବ ଓ ଖୋର୍ଦ୍ଧା ରୋଡ୍ ଡିଆର୍‌ଏମ୍ ରିଙ୍କେଶ ରାୟଙ୍କର ଅନୁଗୋଳ ଗସ୍ତ ସମୟରେ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଆର୍ଥୀକ ଅଭିବୃଦ୍ଧିରେ ତାଳଚେରବାସୀଙ୍କର ଏକ ପ୍ରମୁଖ ଭୂମିକା ରହିଛି । ରାଷ୍ଟ୍ରର ହିତରେ ସ୍ଥାନୀୟ ବାସିନ୍ଦା ନିଜ ଚାଷ ଜମି ବାସ ଜମି ହରାଇଲା ପରେ ଏଠି ଏମ୍‌.ସି.ଏଲ୍‌, ଏନ୍‌.ଟି.ପି.ସି./ଟିଟିପିଏସ୍‌, ଭାରିଜଳ ପ୍ରକଳ୍ପ ସହିତ ଅନେକ ଘରୋଇ କଂପାନୀ ରହିଛି । ଯାହା ଦ୍ୱାରା ତାଳଚେର କୋଇଲା ଏବଂ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଜାତୀୟ ସ୍ତରରେ ବାଣିଜ୍ୟିକ ପେଣ୍ଠସ୍ଥଳୀ  ପାଲଟିଯାଇଛି । ରେଲୱେ କର୍ତୃପକ୍ଷ ଲାଭବାନ୍ ହେବା ସହିତ ସରକାର ହଜାର ହଜାର କୋଟି ରାଜସ୍ୱ ପାଉଛନ୍ତି ।  ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏଠାକୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ବସବାସ କରୁଛନ୍ତି । ପରିତାପର ବିଷୟ ତାଳଚେର ସହରକୁ ଚାରି ପାଖରେ ରେଳ ଧାରଣା ଘେରି ବସିଛି, ଜନସାଧାରଣ ଯିବାଆସିବା ସମୟରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହି ସବୁକୁ ଆଖି ଆଗରେ ରଖି ପାସେଞ୍ଜର ଟ୍ରେନ୍‌କୁ କଣିହାଁ ପର୍ଯ୍ୟନ୍ତ ଯିବାକୁ ମଞ୍ଜୁରୀ ଏବଂ ସମସ୍ତ ଇଟଂରସିଟି ଟ୍ରେନ୍‌, ଆନ୍ତଃ ଏକ୍ସପ୍ରେସ୍ ତାଳଚେର ଷ୍ଟେସନ ଦେଇ ଯାତାୟତ କରାଯାଉ । ଷ୍ଟେସନର ସେଡିଂ ଉନ୍ନତ ମାନର କରାଯିବା ସହିତ ଶୌଚାଳୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଏବଂ ଘଂଟପଡା ଓଭରବ୍ରିଜ୍ କାର୍ଯ୍ୟ ଶୀଘ୍ର ଶେଷ କରିବା, ହାଟତୋଟା, ବନ୍ତୋଲ, ବାଙ୍କଧରା ରେଳ ଫାଟକ ପାଖରେ ନୂତନ ଓଭରବ୍ରିଜ୍ ନିର୍ମାଣ କରାଯାଇ ଜନ ହିତରେ ଉତ୍ସବର୍ଗ କରାଯାଉ । ଆଜରି ଏହି ଦାବୀପତ୍ର ପ୍ରଦାନ ବେଳେ ସଂଘର ସଭାପତି ଭୂପେନ୍ ଥମ୍ବ, ଉପଦେଷ୍ଟା ସରୋଜ ଧର, ଘଂଟପହଶ ପଂଚାୟତ ସମିତି ସଭ୍ୟ କରୁଣାକର ସାହୁ, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ସରୋଜିନୀ ବେହେରା, ହିମାଂଶୁ ଶେଖର ମିଶ୍ର, ବିରଂଚି ସାମଲ, ଦୁଃଶାସନ ସାହୁ, ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply