କୋଣାର୍କ (sangram keshari mohapatra ), ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ଶ୍ରୀ ଶ୍ରୀ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ମା ମହିଷାମର୍ଦ୍ଧିନୀ ଙ୍କ ପୂଜା ବିଧି ଚଳିତ ବର୍ଷ ମଣ୍ଡପରେ ଯଥା ବିଧି ସରକାରଙ୍କର କୋଭିଡ଼ି ନିୟମ ପଳାନ କରି କରାଯିବା ପାଇଁ ନିଷ୍ପତି ହୋଇଛି। କୋଭିଡ଼ି ନିୟମକୁ ମାନି ଏଥର ମଣ୍ଡପରେ ୪ଫୁଟର ମୁଣ୍ଣୟ ମୃତ୍ତି ମା ଙ୍କ ନିର୍ମାଣ କରାଯାଇଛି।
କରୋନା କଟକଣା ମାନି ଭକ୍ତ ମାନଙ୍କୁ ମାସ୍କ ଓ ସାନିଟାଇଜର ବେବ୍ୟହାର ବାଧ୍ୟତାମୂଳକ କରି ମା ଙ୍କ ଦର୍ଶନ ପାଇଁ ସମାନତା ରଖି ଛଡା ଯିବାର ବେବ୍ୟସ୍ଥା ହୋଇଛି।ଚଳିତ ବର୍ଷ ମାଙ୍କ ର ପୂଜା ଭଷାଣି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ସମାପନ ପାଇଁ ପ୍ରସ୍ତୁତି ସରିଛି। ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଙ୍କ ନେତ୍ୟୁତ୍ୱରେ ପୂଜାମଣ୍ଡପ କୁ ସାନିଟାଇଜର କରାଯାଇଛି।
ଗୁରୁବାର ମା ଙ୍କ ସପ୍ତମୀ ପୂଜା ହେଉଥିବାରୁ ଏହି ଦିନ ଶୁଭ ବେଳାରେ ପବିତ୍ର ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ ରୁ ପାଣି ତୋଳା ଯାଇ ପୁରୋହିତ ଙ୍କ ଦ୍ଵାରା ବେଲବରଣୀ କରାଯାଇ ମୁଣ୍ଣୟ ମୃତ୍ତି ରେ ଘଟ ସ୍ଥାପନ କରି ଯଥା ରୀତି ଅନୁଯାଇ ମା ସିଂହବାହିନୀ ଙ୍କ ସପ୍ତମୀ ,ଅଷ୍ଟମୀ ପୂଜା ସହ ମା ଙ୍କ ପାଖରେ ସପ୍ତସତୀ ଚଣ୍ଡୀ ପାଠ ବିଜ୍ଞ ପଣ୍ଡିତ ମାନ ଙ୍କ ଦ୍ଵାରା କରାଯିବାକୁ ବେବ୍ୟସ୍ଥା ହୋଇଛି। ନରସିଂହ ଦେବ କମିଟି ର ସଭାପତି ସୁଶାନ୍ତ କୁମାର ମହାନ୍ତି, ବିରବର ସ୍ୱାଇଁ, ରଞ୍ଜିତ ନାୟକ, ସଞ୍ଜୟ ପତି, ଲିଙ୍ଗରାଜ ସେଠୀ, ଯୁଧିଷ୍ଠିର ନାୟକ ,କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଥିବା ବେଳେ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ପୂଜା ମଣ୍ଡପ ପାଖରେ ଉପସ୍ଥିତ ହୋଇ ମାଙ୍କ ପୂଜାବିଧିର ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି। ଏବଂ କୋଣାର୍କ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପୂଜା ମଣ୍ଡପ ପାଖରେ କୋଭିଡ଼ି କଟକଣା ପାଳନ ପାଇଁ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତ୍ୟୁତ ରେ ଫୋର୍ସ ମୁତୟନ ପାଇଁ ବେବ୍ୟସ୍ଥା ହୋଇଛି।