Odisha news

ମା ଆମ୍ବିକାଙ୍କର ୯ଟି ରୂପ , କେଉଁ ରୂପ ଦେଇଥାଏ କଣ ବରଦାନ

0

(ସେଲି ପଟ୍ଟନାୟକ )ମାଙ୍କର ଅନେକ ନାମ ରହିଛି ଭଗବତୀ,ଦୁର୍ଗା,ଅମ୍ବେ,ଇତ୍ୟାଦି l ମାଙ୍କର ନାଁ ଯାହାବି ହେଇଥାଉ ନବରାତ୍ରି ସମୟରେ ମାଙ୍କର ୯ ଟି ରୂପରେ ବେଶ କରାଯାଇଥାଏ l ଏହି ୯ ଦିନ କୁହାଯାଏ ଯେ ମା ତାଙ୍କର ୯ ଟି ରୂପରେ ବିଶେଷ ଆଶୀର୍ବାଦ ଦେଇଥାନ୍ତି l ଆସନ୍ତୁ ଜାଣିବା କେଉଁ ଦେବୀଙ୍କ ପାଖରୁ ମିଳିଥାଏ କେଉଁ ଶୁଭ ବରଦାନ l

* ଶୈଳ ପୁତ୍ରୀ-ମା ଦୁର୍ଗାଙ୍କର ପ୍ରଥମ ରୂପ ହେଲା ଶୈଳ ପୁତ୍ରୀ l ପର୍ବତ ରାଜ ହିମାଳୟଙ୍କ ପାଖରୁ ଜାତ ହୋଇଥିବା ରୁ ମାଙ୍କର ନାଁ ଶୈଳ ପୁତ୍ରୀ ରଖାଯାଇଥିଲା l ନବରାତ୍ରୀରେ ପ୍ରଥମ ଦିନରେ ଶୈଳ ପୁତ୍ରିଙ୍କୁ ପୂଜା କରାଯାଏ l ତାଙ୍କ ପୂଜା ଦ୍ୱାରା ମା ପ୍ରସନ ହୋଇ ଭକ୍ତକୁ ଧନଧାନ୍ୟରେ ସର୍ବଦା ପୂର୍ଣ୍ଣ କରିଥାନ୍ତି l

* ବ୍ରହ୍ମଚାରୀଣି- ମା ଦୁର୍ଗାଙ୍କର ଦୁତୀୟା ରୂପ ନହେଲା ବ୍ରହ୍ମଚାରୀଣି l ମା ଦୁର୍ଗାଙ୍କର ଏହି ରୂପ ଭକ୍ତ ମାନଙ୍କୁ ଅନନ୍ତ କୋଟି ଫଳ ପ୍ରଦାନ କରିଥାଏ l ତନୁ ଉପାସନା କରିବା ଦ୍ୱାରା ତ୍ୟାଗ ,ବୈରାଗ୍ୟ ,ସଦାଚାର ଓ ସଂଯମ ଭାବନା ଜାଗୃତ ହୋଇଥାଏ l

*ଚନ୍ଦ୍ର ଘଣ୍ଟା-ମା ଦୁର୍ଗାଙ୍କର ତୃତୀୟ ସ୍ୱରୂପ ହେଲା ଚନ୍ଦ୍ର ଘଣ୍ଟା l ମା ଙ୍କର ଏହି ରୁପକୁ ନଉପାସନା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ l ବୀରତାର ଗୁଣ ବୃଦ୍ଧି ପାଇଥାଏ l ସ୍ୱରରେ ଦିବ୍ୟ ଆଲୋକିକ ମାଧୁର୍ଯ୍ୟର ସମାବେଶ ହୋଇଥାଏ l

* କୁଷ୍ମାଣ୍ଡା -ମାଙ୍କର ଚତୁର୍ଥ ରୂପଟି ହେଲା କୁଷ୍ମାଣ୍ଡା ,ତାଙ୍କୁ ଚତୁର୍ଥୀ ଦିନ ଆରାଧନା କରାଯାଇଥାଏ l ତାଙ୍କର ଉପାସନା କରିବା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇ ସମସ୍ତ ରୋଗ ଓ ଶୋକ ଦୂର ହୁଏ ,ଆୟୁ ଏବଂ ଯଶ ବୃଦ୍ଧି ପାଇଥାଏ l

* ସ୍କନ୍ଦ ମାତା -ନବରାତ୍ରୀର ପଞ୍ଚମ ଦିନଟି ଷ୍କନ୍ଦମାତାଙ୍କୁ ଉପାସନା କରାଯାଇଥାଏ l ମୋକ୍ଷର ଦ୍ୱାରା ଖୋଲୁଥିବା ମା ଏହି ଦିନ ନିଜ ଭକ୍ତର ସମସ୍ତ ଇଛାକୁ ପୁରଣ କରିଥାନ୍ତି l

* କାତ୍ୟୟନି-ମାଙ୍କର ଷଷ୍ଠ ରୂପଟି ହେଲା କାତ୍ୟୟନି l ଷଷ୍ଠ ଦିନରେ ମାଙ୍କର ଏହି ରୁପକୁ ପୂଜା କରାଯାଇଥାଏ l ମାଙ୍କର ଏହି ରୁପକୁ ପୂଜା କରିବା ଦ୍ୱାରା ଅଦ୍ଭୁତ ଶକ୍ତି ସଂଚାର ହୋଇଥାଏ l କାତ୍ୟୟନି ରୁପକୁ ସାଧନା କରିବା ଦ୍ୱାରା ଶତ୍ରୁକୁ ସଂହାର କରିବା ପାଇଁ ମଣିଷ ସକ୍ଷମ ହୋଇଥାଏ l ଏହି ରୁପାର ଧ୍ୟାନ ସନ୍ଧ୍ୟା ସମୟରେ କରାଯାଇଥାଏ l

* କାଳରାତ୍ରି-ମାଙ୍କର କାଳରାତ୍ରି ରୂପ ନବରାତ୍ରୀର ସପ୍ତମ ଦିନରେ ପୂଜା କରାଯାଏ l ମାଙ୍କର ଏହି ରୁପକୁ ପୂଜା କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ଓ ଶତୃମାନଙ୍କର ନାସା ହୋଇଥାଏ l

* ମହା ଗୌରୀ-ମାଙ୍କର ଅଷ୍ଟମ ରୂପଟି ହେଲା ମା ଗୌରୀ l ମହାଷ୍ଟମୀ ଦିନ ମା ଙ୍କର ଏହି ରୁପାର ପୂଜା କରାଯାଇଥାଏ l ଏହି ରୁପାର ପୂଜା ପ୍ରାୟ ହିନ୍ଦୁ ଧର୍ମରେ ସମସ୍ତେ କରିଥାନ୍ତି l ମହା ଗୌରୀ ପୂଜନ କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୋଇଥାଏ ଓ ମୁଖମଣ୍ଡଳର କାନ୍ତି ବଢ଼ିଯାଇଥାଏ ,ସୁଖ ଓ ସମୃଦ୍ଧି ବଢିଥାଏ l

* ସିଦ୍ଧି ଦାତ୍ରୀ -ସିଦ୍ଧି ଦାତ୍ରୀଙ୍କ ଆରାଧନା ନବରାତ୍ରୀର ନବମୀ ଦିନରେ କରାଯାଇଥାଏ l ମାଙ୍କର ଏହି ରୁପକୁ ଆରାଧନା କରିବା ଦ୍ୱାରା କଥାକହିବାର ଶକ୍ତି ,ଶୁଣିବାର ଶକ୍ତି ,ଅମରତ୍ୱ ଓ ଭାବନାର ସିଦ୍ଧି ଆଦି ପ୍ରାପ୍ତି ହୋଇଥାଏ l

Leave A Reply