Odisha news

ସିଡିପିଓ ଅଫିସରେ ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଅଫିସର ଦୁଇଟି SHG ଗ୍ରୁପୁ କୁ ଲାଞ୍ଚ ମାଗିଥିବା ଅଭିଯୋଗ ରେ ସିଡିପିଓ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଲେ SHG ଗ୍ରୁପୁ।

0

ଡ଼ୁବୁରୀ : ଯାଜପୁର ଜିଲ୍ଲା  ସୁକିନ୍ଦା ସିଡିପିଓ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଲେ ଦୁଇଟି SHG ଗ୍ରୁପୁ। ଗଣଧାରଣା ଦେବାର କାରଣ ମଧ୍ୟାହ୍ନ  ଭୋଜନ ପାଇଁ ୨୦୨୧ ମସିହାରେ ୭୬ହଜାର ୮୦୦ ଟଙ୍କା ଫିକ୍ସ କରିଥିଲେ ମାତାରିଣୀ SHG ଗ୍ରୁପୁ ।କିନ୍ତୁ ତାଙ୍କୁ ମଧ୍ୟାହ୍ନ ଭୋଜନ ରେ କାର୍ଯ କରିବାକୁ ଦିଆଗଲା ନାହିଁ।ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳ ରେ ଥିବା ଟସର ଫାର୍ମରେ ସୁତା କାଟିବା ପାଇଁ SHG ଗ୍ରୁପ ରେ ସାମିଲ ହୋଇଥିଲେ ! ପରେ ତାଙ୍କୁ  ୨୦୨୩ ମସିହାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କରିବାକୁ କରିଥିଲେ। ହେଲେ ସେ ସୁତା କାଟିବା କାର୍ଯ୍ୟ ରେ ସାମିଲି ଥିବାରୁ ମନାକରି ଦେଇଥିଲେ । ଏଥିପାଇଁ ମାତାରିଣୀ ଶଂ ଗ୍ରୁପ ର ୭୬ହଜାର ୮୦୦ ଟଙ୍କା ଫେରସ୍ତ କରିବାକୁ ସିଡିପିଓ ଅଫିସର ମିଶନ ଶକ୍ତି ରେ କାର୍ଯ କରୁଥିବା ଅମର ମଲ୍ଲିକ ଙ୍କୁ ଅଭିଯୋଗ କରିଥିଲେ ! ହେଲେ ସୂଚନା ମୁତାବକ ସିଡିପିଓ ଅଫିସ୍ ର ସରକାରୀ ବାବୁ ଅମର ମଲ୍ଲିକ କହିଥିଲେ ୨୦ରୁ ୩୦ହଜାର ଲାଂଚ ନଦେଲେ SHG ଗ୍ରୁପୁ ର ଟଙ୍କା ପାଇପାରିଵ ନାହିଁ ! ଆଉ ସେ ଟଙ୍କା ସବୁ ସରକାର ଅଫିସ୍ କୁ ପଳାଇ ଯାଇଛି ! ଆଉ ଏବେ ଲାଞ୍ଚ ନ ଦେଲେ କାମ ହେଇପାରିବ ନାହିଁ  କାରଣ ଏ ଟଙ୍କା ସବୁ ଆଉ କେହି ନେବେନି, ନେବେ ଖୋଦ ସରକାରୀ ବାବୁ ଜିଲ୍ଲା ର ହେଡ ଓ ଡିଓ ବିଓ ନେବେ ବୋଲି କହିଥିଲେ ସିଡିପିଓ ଅଫିସ୍ ର ଅମର ମଲ୍ଲିକ ବାବୁ ! ଖାଲି ସେତିକି ନୁହେଁ ଶକ୍ତି ସ୍ୱରୁପା SHG ଗ୍ରୁପୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କରୁଥିବାରୁ ତାଙ୍କୁ ବି ଲାଂଚ ମାଗିଥିଲେ । ତେଣୁ ସେଥିପାଇଁ ଆଜି ମାତାରିଣୀ SHG ଗ୍ରୁପୁ ଓ ଶକ୍ତି ସ୍ୱରୂପା SHG ଗ୍ରୁପୁ ମିଳିତ ଭାବେ ସୁକିନ୍ଦା ବ୍ଲକ ରେ ଥିବା ସିଡିପିଓ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ। କହିଥିଲେ ଯେ ଯଥାଶୀଘ୍ର ଦୁଇଟି SHG ଗ୍ରୁପୁ କୁ  ଲାଞ୍ଚ ମାଗିଥିବା ସରକାରୀ ବାବୁ ଅମର ମଲ୍ଲିକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ମାତାରିଣୀ ଏସଏଜି ଗ୍ରୁପୁ ର ୭୬ହଜାର ୮୦୦ ଟଙ୍କା ଫେରସ୍ତ ଦିଆଯାଉ ! ନଚେତ୍ ଆଗାମୀ ଦିନରେ ମହିଳା ମାନେ ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଡିପିଓ ଅଫିସକୁ ବନ୍ଧ କରିବେ ବୋଲି ଚେତାବନୀ ଦେଇଥିଲେ । ଏହାକୁ ନେଇ ସିଡିପିଓ ଅଫିସର ରେ କାର୍ଯ୍ୟ କରୁଥିବା ମିଶନ ଶକ୍ତିରେ ଅମର ମଲ୍ଲିକ ଙ୍କୁ SHG ଗ୍ରୁପୁ ବିଷୟରେ ପଚାରିବାରୁ ସେ କହିଲେ ଯେ ମୁଁ ଲାଂଚ ମାଗି ନାହିଁ ଏସବୁ ମିଛ ବୋଲି ପ୍ରକାଶ କରିଥିଲେ ।

Leave A Reply