Odisha news

ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ କିକଳ ଚିତ୍ର : ଛାତ୍ର ଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଉଠିଲା ପ୍ରଶ୍ନ, କତୃପକ୍ଷଙ୍କ ଖାମ ଖିଆଲି ମନୋଭାବ

0

ଆଠଗଡ ତା ୧୨/୪/୨୩ ବୁଧବାର  ଆଠଗଡ ବ୍ଲକ ଅନ୍ତର୍ଗତ  ଶିକ୍ଷା ଅଧୀନରେ ଥିବା  କୁଲାଇଲୋ ପଞ୍ଚାୟତରେ ୨୦୧୭ ମସିହାରେ  ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ ମସିହାରେ ଏହି  ଆଦର୍ଶ ବିଦ୍ୟାଳୟକୁ କୃଷି ମନ୍ତ୍ରୀ   ଉଦଘାଟନ କରିଥିଲେ । କିନ୍ତୁ ଏହି ଓଡିଶା  ଆଦର୍ଶ ବିଦ୍ୟାଳୟ,  ସ୍ଥାପିତ ହେବା , ପରେ ବିଦ୍ୟୁତ ସମସ୍ୟାରେ ଛନ୍ଦି ହୋଇ ପଡିଛି ଆଉ ଆଜି ବି ହୁକରେ ଚାଲିଛି ବିଦ୍ୟୁତ, ଆଉ  ଦୀର୍ଘ ଦିନ ଧରି ଆଇରନ ପାଣିରେ ଛାତ୍ର ଛାତ୍ରୀ ଜୀବନ ବିତୁଥିଲା,  ଆଉ ଏବେ ଖାଦ୍ୟ ସମସ୍ୟାରେ ଛନ୍ଦି ହୋଇ ପଡିଛି ଏହି ଆଦର୍ଶ ବିଦ୍ୟାଳୟଟି,କୋମଳମତି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳରେ ପୋକ ଓ ମୂଷାଲେଣ୍ଡିରେ ପରିପୂର୍ଣ୍ଣ, ଆଉ ଏହି ଚାଉଳକୁ ରାନ୍ଧି ଖାଇବାକୁ ଦିଆଯାଉଛି, ପୁଣି ଏହି ଚାଉଳ ଉପରେ ଚପଲ ମଧ୍ୟ ଥୁଆ ହୋଇଛି, କେତେ ସ୍ୱଚ୍ଛ ଏହି ଆଦର୍ଶ ବିଦ୍ୟାଳୟ, ଆଉ ଏହି ପାନୀୟ ଜଳ ଓ ଖାଦ୍ୟ ଖାଇ ଅସୁସ୍ଥ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ,ଆଉ ,ଏହି ବିଦ୍ୟାଳୟ ସପ୍ତମ ଶ୍ରେଣୀରେ 79 ଜଣ, ଅଷ୍ଟମ ଶ୍ରେଣୀରେ 81 ଜଣ ଓ ନବମ ଶ୍ରେଣୀରେ 81 ଜଣ ମୋଟ 241ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି, 10 ଜଣ ଶିକ୍ଷକ ଶିକ୍ଷୟତ୍ରୀ, 6  ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପ୍ରିନିଶିପାଲ ପଦବୀ ଫାଙ୍କା ପଡ଼ିଥିବା ବେଳେ ଦାଇତ୍ୱରେ ଥିବା ପ୍ରିନିସିପାଲ ମନ ମୁଖି କାର୍ଯ୍ୟ ସାଙ୍ଗକୁ ସଠିକ ପାଠ ପଢା ମାଧ୍ୟ ହେଉନାହିଁ, ।

ଏହି ଆଦର୍ଶ ବିଦ୍ୟାଳୟ ରେ ସଠିକ୍ ଭାବେ ପାଠ ପଢା ହୋଇନଥିବା ଯୋଗୁ ଅନେକ ପିଲା ଟିସି ନେଇ ଅନ୍ୟ ବିଦ୍ୟାଳୟ ରେ ନାମ ଲେଖିଛନ୍ତି। ଆଉ ମୂଷାଲେଣ୍ଡି ପୋକୋରା ଚାଉଳ  ବିଷୟରେ ପ୍ରିନିସିପାଲ ଙ୍କୁ ପଚାରିବାରୁ ଆମେ ଏହି ପୋକୋରା ଚାଉଳରୁ ମୂଷା ଲେଣ୍ଡି ଓ ପୋକ ବାଛି ଗରମ ପାଣିରେଧୋଇକି ରୋଷେଇ କରାଯାଉଛି ବୋଲି ପ୍ରକାଶ କରିଥିଲେ, ପରେ ଆଠଗଡ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ଲଷ୍ମୀ ସାମଲଙ୍କୁ ପଚାରିବାରେ ଚାଉଳ ଅଧିକଦିନ ରହି ପୋକରା  ହୋଇଯାଇଛି ବୋଲି ପ୍ରକାଶ କରିଥିଲେ, ଆଉ ଏ ହେଉଛି ଆଦର୍ଶ ବିଦ୍ୟାଳୟର ନଗ୍ନ ଚିତ୍ର  ଆଉ ମେଧାବୀ   ଛାତ୍ର ଛାତ୍ରୀ  ଭବିଷ୍ୟତ ନିର୍ଭର କରୁଥିବା ଆଦର୍ଶ ବିଦ୍ୟାଳୟ କତୃପକ୍ଷଙ୍କ ଖାମଖିଆଲି କଥା ଓ ମନୋଭାବ, ଏଣୁ ଏହାର ଏକ ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଏହି ଆଦର୍ଶ ବିଦ୍ୟାଳୟ କୁ କେହି ନାମ ଲେଖିବା ପାଇଁ ମନବଳାଇବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply