ୟୁଏଇ ଅର୍ଥାତ ୟୁନାଇଟେଡ଼ ଆରବ ଏମିରେଟସ ଦୁନିଆରେ ଦ୍ରୁତ ଗତିରେ ବିକଶିତ ଗୋଟିଏ ରାଷ୍ଟ୍ର, ଏଠାକାର ଲୋକଙ୍କର ଲାଇଫ ଷ୍ଟାଇଲ୍, ଏଠାକାର ସୁ-ଉଚ୍ଚ ପ୍ରାସାଦ, ସଡକ, ପୋଲିସ ଓ ଲୋକଙ୍କ ଖର୍ଚ୍ଚ କରିବାର ଶୈଳୀ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ l ୟୁଏଇ ର ସବୁଠୁ ପ୍ରସିଦ୍ଧ ସହର ଅଟେ ଦୁବାଇ l ଦୁବାଇ ରେ ଅରବପତି ଶେଖ ମାନେ ରହି ଥାଆନ୍ତି , ଯାହାଙ୍କ ନିକଟରେ ପର୍ଯ୍ୟାପ୍ତ ଧନ ଦୌଲତ ରହିଛି l ଏବଂ ସେମାନେ ଏହି ଧନସମ୍ପତ୍ତି କୁ ଦେଖାଇ ହେବାକୁ ପଛେଇ ନଥାଆନ୍ତି l ଏବଂ ସେମାନେ ଏଭଳି କିଛି କାମ କରି ଦିଅନ୍ତି ଲୋକଙ୍କୁ ଜଣାପଡି ଯାଏ ଯେ ସେ କେତେ ପଇସା ଵାଲା ଶେଖ ଅଟନ୍ତି l
ନିକଟରେ ସେହିଭଳି ଜଣେ ଆରବପତି ଶେଖ ନିଜ ପତ୍ନୀଙ୍କ ପାଇଁ କୋଟିକୋଟି ଟଙ୍କାର ଆଇଲ୍ୟାଣ୍ଡ କିଣିଥିଲେ l କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ସୋସିଆଲ ମିଡିଆରେ ଏହା ଖୁବ ଭାଇରଲ ହେବାରେ ଲାଗିଛି l
ପତ୍ନୀ ବିକିନି ପିନ୍ଧି ବୁଲି ପରିବେ ସେଥିପାଇଁ କିଣିଲେ ଆଇଲ୍ୟାଣ୍ଡ –
୨୦୦୬ ରେ ଅକ୍ଷୟ କୁମାର, ସୁନୀଲ ସେଟି ଓ ପରେସ ରାୱଲ ଙ୍କ ଅଭିନୀତ ଚଳଚିତ୍ର ହେରାଫେରି 2 ଚଳଚିତ୍ରରେ ଗୋଟିଏ ସିନ ଏଭଳି ରହିଥିଲା ଯେଉଁଠି ରାଜପାଳ ଯାଦବ ଅକ୍ଷୟ କୁମାର ଙ୍କୁ କହୁଥିବାର ନଜର ଆସିଥିଲେ ଯେ ପଇସା ଥିଲେ କଣ ହୋଇ ପାରିବ ନାହିଁ ? ଏବଂ ଏହିକଥା କୁ ସତ୍ୟ କରିଛନ୍ତି ଦୁବାଇରେ ରହୁଥିବା କୋଟିପତି ଶେଖ l ଏହି ଶେଖ ଜଣେ ବ୍ୟବସାୟୀ ଅଟନ୍ତି, ତାଙ୍କ ନାମ ହେଉଛି ଯମାଲ ଅଲ ନଦାକ l ତାଙ୍କ ପତ୍ନୀଙ୍କ ନାମ ହେଉଛି ସୌଦି ଅଲ l
ସେ ନିଜ ଇନ୍ଷ୍ଟଗ୍ରାମ ରେ ଗୋଟିଏ ଭୀଡିଓ ସେୟାର କରି ଲେଖିଛନ୍ତି ତମେ ବିକିନି ପିନ୍ଧିବାକୁ ଚାହୁଁଥିଲ, ସେଥିପାଇଁ ତୁମର କୋଟିପତି ସ୍ୱାମୀ ତୁମ ପାଇଁ ଗୋଟିଏ ଆଇଲ୍ୟାଣ୍ଡ କିଣିଦେଲେ l ତାଙ୍କ ପତ୍ନୀ ଙ୍କୁ ପ୍ରାଇଭେସି ଦରକାର ବୋଲି ସେ ଏହାକୁ କିଣିଛନ୍ତି l
ଦୁବାଇ ରେ କିଣିଥିବା ଏହି ଆଇଲ୍ୟାଣ୍ଡ ର ମୂଲ୍ୟ ୫୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୪୧୮ କୋଟି ଟଙ୍କା ଅଟେ l ଶେଖ ପତ୍ନୀ କହିଛନ୍ତି ଯେ ଏହା ଗୋଟିଏ ଇନଭେଷ୍ଟମେଣ୍ଟ ଭଳି ମଧ୍ୟ ଅଟେ, ଏବଂ ମୋ ସ୍ୱାମୀ ମଧ୍ୟ ଚାହୁଁଥିଲେ ମୁଁ ବିକିନି ପିନ୍ଧି ବୀଚ ରେ ସୁରକ୍ଷିତ ଅନୁଭବ କରେ l ସେଥିପାଇଁ ସେ ଏଭଳି କଲେ l
