Odisha news

ଦୈନନ୍ଦିନ କେଉଁ ସମୟରେ ପାଣି ପିଇବା ଓ କେତେ ପରିମାଣରେ ପିଇବା : ଆସନ୍ତୁ ଜାଣିବା

ଜଳ ହିଁ ଜୀବନ l ଜଳ ବିନା ଜୀବଜଗତ ରହିବା ଅସମ୍ଭବ l ଆମେ ନିଜର ଖାଇବା ପିଇବା ସହିତ ସମସ୍ତ କାର୍ଯ୍ୟକୁ ସଠିକ ଭାବରେ ଯଦି କରିବା ତେବେ ଗୋଟିଏ ସୁସ୍ଥ ଜୀବନ ବଂଚିବା l ସେହିଭଳି ପାଣି ପୀଇବା ପାଇଁ ମଧ୍ୟ ବିଶେଷ ନିୟମ ରହିଛି l ଆସନ୍ତୁ ଜାଣିବା ଦୈନନ୍ଦିନ କେଉଁ ସମୟରେ ପାଣି ପିଇବା ଓ କେତେ ପରିମାଣରେ ପିଇବା l

– ସକାଳୁ ଉଠି ଖାଲି ପେଟରେ ୪ ଗ୍ଲାସ ପାଣି ପିଇବା ଆବଶ୍ୟକ l  ଖାଲି ପେଟରେ ପାଣି ପିଇବା ଦ୍ୱାରା ପେଟରୁ ଜାତ ହେଉଥିବା ଅମ୍ଳ ଦୂର ହୁଏ ଓ ଗ୍ୟାସ ଏସିଡ଼ିଟି ସମସ୍ୟା ଦୂରହୁଏ l

– ଆପଣ ନିୟମିତ ମଧ୍ୟାହ୍ନ ଭୋଜନ ୧୦ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ , କାରଣ ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବ l

– ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ , ଖାଇବା ସମୟରେ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଖରାପ ହୋଇଥାଏ ଓ ଓଜନ ବୃଦ୍ଧି ମଧ୍ୟ ହୋଇଥାଏ l

– ସକାଳୁ ଗାଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଦ୍ୱାରା ନିମ୍ନ ରକ୍ତଚାପ ଠାରୁ ରକ୍ଷା ପାଇବେ l

– ରାତିଏ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ , ଯାହାଦ୍ୱାରା ହାର୍ଟ ଆଟାକ ବା ହୃଦଘାତ ସମସ୍ୟାରୁ ରକ୍ଷା ପାଇବେ l

Comments are closed.