Odisha news

ଜନ୍ମ ବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ : କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ କିପରି ହୋଇଥାଏ

ଆମେ ସାଧାରଣ ଭାବରେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ପ୍ରକୃତି ତାଙ୍କର ରାଶି ଓ ନକ୍ଷତ୍ର ଅନୁସାରେ ଜାଣି ଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବାର ଅନୁସାରେ ମଧ୍ୟ ମଣିଷଙ୍କ ପ୍ରକୃତି ଜାଣିହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ନିଜର ଜନ୍ମ ବାର ଅନୁସାରେ ମଧ୍ୟ ଅନେକ କଥା ଜାଣି ପାରିବେ ।
ସୋମବାର : ସୋମବାର ର ଦିନଟି ଚନ୍ଦ୍ରମା ଙ୍କ ର ଦିନ ଅଟେ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମନ ଚଞ୍ଚଳ ହୋଇଥାଏ । ସେମାନେ ଗୋଟିଏ ଜିନିଷରେ ନିଜ ମନକୁ ସ୍ଥିର କରି ରଖି ପାରନ୍ତି ନାହିଁ । ଏହି ବାରରେ ଜନ୍ମ ବ୍ୟକ୍ତି ଖୁବ୍ ଖୁସି ମିଯାଜ୍ ର ହୋଇ ଥାଆନ୍ତି । ଏମାନଙ୍କୁ ଥଣ୍ଡା ସହିତ ଯୋଡ଼ି ହୋଇଥିବା ସମସ୍ୟା ଲାଗି ରହିଥାଏ ।
ମଙ୍ଗଳବାର : ମଙ୍ଗଳବାର ରେ ଜନ୍ମ ବ୍ୟକ୍ତି ଙ୍କ ଉପରେ ପ୍ରଭୁ ବଯରଙ୍ଗବଳି ଙ୍କ ଆଶୀର୍ବାଦ ରହିଥାଏ । ଏମାନେ ଖୁବ୍ ଉଦାର ମନ ର ଅଟନ୍ତି । କିନ୍ତୁ ସ୍ୱଭାବରେ ଖୁବ୍ କ୍ରୋଧୀ ହୋଇ ଥାଆନ୍ତି କିନ୍ତୁ ମନ ଖୁବ୍ ସୁନ୍ଦର୍ ଅଟେ ।
ବୁଧବାର : ବୁଧବାର ଦିନ ଜନ୍ମିତ ବ୍ୟକ୍ତି ଙ୍କ ଉପରେ ଗଣେଷଙ୍କ ଆଶୀର୍ବାଦ ରହିଥାଏ । ଏମାନେ ଖୁବ୍ ବୁଦ୍ଧିମାନ ଅଟନ୍ତି । ଏମାନେ ନିଜ ପରିବାର ପ୍ରତି ଖୁବ୍ ସମର୍ପିତ ଅଟନ୍ତି ।
ଗୁରୁବାର : ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ସ୍ଵଭାବ ଖୁବ୍ ଆକର୍ଷିତ ହୋଇଥାଏ । ଏମାନଙ୍କ ସହିତ ମିଶିବାକୁ ସମସ୍ତେ ଖୁବ୍ ଭଲ ପାଇ ଥାଆନ୍ତି । ଦେଖିବାକୁ ଖୁବ୍ ଆକର୍ଷିତ ମଧ୍ୟ ହୋଇ ଥାଆନ୍ତି । ଖୁବ୍ ଭଲ ରେ ଏହିଦିନ ଜନ୍ମିତ ବ୍ୟକ୍ତି ଅନ୍ୟର ମନକୁ ବୁଝି ପାରନ୍ତି ।
ଶୁକ୍ରବାର : ଶୁକ୍ରବାର ଦିନ ଜନ୍ମିତ ବ୍ୟକ୍ତି ଖୁବ୍ ସାଧା ସିଧା ହୋଇ ଥାଆନ୍ତି । ଏମାନେ ସାମାନ୍ୟ ଈର୍ଷା ସ୍ୱଭାବର ଅଟନ୍ତି । କିନ୍ତୁ ଜୀବନରେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରନ୍ତି ।
ଶନିବାର : ଶନିବାର ଦିନ ଜନ୍ମିତ ବ୍ୟକ୍ତି ସ୍ୱଭାବରେ କ୍ରୋଧୀ ହୋଇ ଥାଆନ୍ତି । ଏମାନେ ଖୁବ୍ ଛୋଟ କଥାରେ ମଧ୍ୟ ରାଗି ଯାଇ ଥାଆନ୍ତି । କିନ୍ତୁ ପରିଶ୍ରମୀ ହୋଇ ଥିବା କାରଣରୁ ସବୁ ସଫଳତା ଲାଭ କରନ୍ତି ।
ରବିବାର : ଏହିଦିନ ଜନ୍ମିତ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ରହିଥାଏ । ସେମାନେ ଜୀବନରେ ସବୁ ସଫଳତା ଲାଭ କରି ଥାଆନ୍ତି । ସବୁକିଛି ଭାବି ଚିନ୍ତି କରି ଥାଆନ୍ତି ।
Shares