ନୂଆ ବର୍ଷରେ ସରକାରଙ୍କ ପକ୍ଷରୁ ବଡ ଉପହାର : ବର୍ତ୍ତମାନ ମାହାଙ୍ଗା ହେବନାହିଁ ନାହିଁ ପୋଷାକ, ବିତ ମନ୍ତ୍ରୀ କଲେ ଘୋଷଣା
ନୂଆଦିଲ୍ଲୀ : କେନ୍ଦ୍ରୀୟ ବିତ ମନ୍ତ୍ରୀ ନିର୍ମଳା ସୀତା ରମଣ ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟର ଦାବୀ କୁ ଆଖି ଆଗରେ ରଖି କପଡା ଉପରୁ ୧୨ ପ୍ରତିଶତ ଜିଏସଟି କୁ ଘଟାଇ ୫ ପ୍ରତିଶତ କରି ଦେଇଛନ୍ତି l ଏହାଦ୍ୱାରା ଜନସାଧାରଣ ଉପକୃତ ହେବେ l ବିତ ମନ୍ତ୍ରୀ ୪୬ ତମ ଜିଏସଟି କାଉନ୍ସିଲ ମିଟ ରେ ଏହି ତଥ୍ୟ ଦେଇଥିଲେ l ଏହା କଥା ସଫା ହୋଇଗଲା ଯେ ଜାନୁଆରୀ ୧ ତାରିଖ ଠାରୁ କପଡା ଉପରେ ବୃଦ୍ଧି ହେବାକୁ ଜିଏସଟି କୁ ବର୍ତମାନ ପାଇଁ ସ୍ଥଗିତ ରଖା ଯାଇଛି l
କେନ୍ଦ୍ରୀୟ ବିତ ମନ୍ତ୍ରୀଙ୍କ ଅଧକ୍ଷତା ରେ ୪୬ ତମ ଜିଏସଟି ପରିଷଦର ବୈଠକ ରେ ଚର୍ଚା ହୋଇଥିଲା l ସେପ୍ଟେମ୍ବର ମାସରେ ଏହି ୫ ପ୍ରତିଶତକୁ ବୃଦ୍ଧି କରି ୧୨ ପ୍ରତିଶତ କରିବାର ନିଷ୍ପତି ନିଆଁ ଯାଇଥିଲା ଓ ଏହାକୁ ୨୦୨୨ ଜାନୁଆରୀ ରୁ ଲାଗୁ କରାଯିବାର ଥିଲା l କିନ୍ତୁ ଅଧିକାଂଶ ରାଜ୍ୟରେ ଏହାକୁ ବିରୋଧ କରାଯାଇଥିଲା l ଏହା ପରେ ନିଷ୍ପତି ନିଆଗଲା ଯେ ଏହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ ପକାଇବ l
ଏହି ବୈଠକ ପରେ ଆନ୍ଧ୍ର ପ୍ରଦେଶର ବିତ ମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଏହାକୁ ବର୍ତମାନ ପାଇଁ ସ୍ଥଗିତ ରଖା ଯାଇଛି l ରେଡ଼ିଙ୍କ ପକ୍ଷରୁ କୁହାଯାଇଛି ଯେ ଅନେକ ରାଜ୍ୟରେ ଏହା ଲାଗୁ କରାଯିବ ନାହିଁ l ଏହା ବ୍ୟତୀତ ନାଇଲନ ଓ ସୁତା ବ୍ୟତୀତ ମାନବ ନିର୍ମିତ ସହିତ ପ୍ରାକୃତିକ ସୁତା ଉପରେ ଲାଗୁ ହେବାକୁ ଥିବା ଦରକୁ ନେଇ ସ୍ପଷ୍ଟ କରାଯାଇଛି l