Odisha news

ନୂଆବର୍ଷ ୨୦୨୨ : ରାଶି ଅନୁସାରେ ଆପଣାନ୍ତୁ ଏହିସବୁ ଉପାୟ, ଚମକି ଉଠିବ ଭାଗ୍ୟ

0
ପୁରୁଣା ବର୍ଷ ୨୦୨୧ ସାରି ଯାଇଛି, ଆଜିଠୁ ଆରମ୍ଭ ହେଉଛି ନୂତନ ବର୍ଷ l ଏହି ନୂଆବର୍ଷରେ ନୂତନ ଉଦ୍ଧିପନା, ଆଶା ଓ ବିଶ୍ୱାସ ନେଇ ଆମେ ଜୀବନରେ ଆଗକୁ ଆଗେଇବା l ନୂଆବର୍ଷ ରେ ଆମେ ଅନେକ ନୂତନ କାର୍ଯ୍ୟ କରିବାର ଆଶା ଓ ବିଶ୍ୱାସ ମନରେ ରଖିଥାଉ l ତେଣୁ ଶାସ୍ତ୍ର ଅନୁସାରେ ମଧ୍ୟ ଏହି ନୂଆବର୍ଷ ରେ ନିଜର ଭାଗ୍ୟ କୁ ସୁନ୍ଦର ଓ ସଫଳ କରିବା ପାଇଁ କିଛିଟା ଉପାୟ ଅବଲମ୍ବନ କରିବା ଆବଶ୍ୟକ l ଯାହାଦ୍ୱାରା ଆପଣଙ୍କର ଏହି ନୂତନ ବର୍ଷ ସୁଖ ଓ ସମୃଦ୍ଧି ରେ ଭରି ଉଠିବ l
ନିଜ ରାଶି ଅନୁସାରେ କରନ୍ତୁ ଏହିସବୁ ଉପାୟ : –
* ମେଷ ରାଶି – ମେଷରାଶିର ବ୍ୟକ୍ତିମାନେ ଏହିଦିନ ଶନିବାର ପଡୁଥିବା କାରଣରୁ ହନୁମାନଙ୍କୁ ଦର୍ଶନ କରି ଲଡୁ ଭୋଗ ଲଗାନ୍ତୁ ଓ ୧୧ ଟି ହନୁମାନ ଚାଳିଶା ଅର୍ପଣ କରନ୍ତୁ l ବର୍ଷରେ ଯେବେବି ସୁବିଧା ପାଉଛନ୍ତି ପକ୍ଷୀ ମାନଙ୍କୁ ଶସ୍ୟ ଖାଇବାକୁ ଦିଅନ୍ତୁ ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ବର୍ଷଟି ଭଲରେ ଅତିବାହିତ ହେବ l
* ଵୃଷରାଶି – ଵୃଷରାଶିର ବ୍ୟକ୍ତିମାନେ ଗଣେଶଙ୍କୁ ନୂଆବର୍ଷ ଦିନ ରାଶି ଲଡୁ ଅର୍ପଣ କରନ୍ତୁ l ତମ୍ବା ପାତ୍ରରେ ଜଳ ଭରି ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ l ରୁଟି ଓ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ l ଆର୍ଥିକ ଅବସ୍ଥା ଠିକ ରଖିବା ପାଇଁ ନୂଆବର୍ଷ ଦିନ କୁକୁର ଓ ମାଛଙ୍କୁ ଖାଇବାକୁ ଦିଅନ୍ତୁ l
* ମିଥୁନରାଶି – ମିଥୁନ ରାଶିର ଲୋକମାନେ ନୂଆବର୍ଷ ଦିନ କୃଷ୍ଣଙ୍କୁ ତୁଳସୀ ଅର୍ପଣ କଲେ ବର୍ଷଟି ଭଲରେ ଅତିବାହିତ ହେବ l ଏହିଦିନ ଡାଲି ଓ ଗୁଡ ବ୍ରାହ୍ମଣ ଙ୍କୁ ଅର୍ପଣ କରନ୍ତୁ l ଯାହାଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୂର ହେବ l
* କର୍କଟ ରାଶି – ନୂଆବର୍ଷ ଆରମ୍ଭରେ ଦିନଦୁଃଖୀ ଙ୍କୁ ଖାଦ୍ୟ ଅର୍ପଣ କରନ୍ତୁ l ଏହି ଦିନ ହନୁମାନ ଚାଳିଶା ପାଠ କରନ୍ତୁ l କୁକୁରକୁ ପ୍ରତିଦିନ ରାତିରେ ଭୋଜନ କରିବା ପୂର୍ବରୁ ଖାଇବାକୁ ଦିଅନ୍ତୁ l
* ସିଂହ ରାଶି – ନୁଆବର୍ଷର ପ୍ରଥମ ଦିନ ଆପଣଙ୍କ ରାଶି ଅନୁସାରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ବିଶେଷ ମହତ୍ୱ ରହିଛି l ନୂଆବର୍ଷ ଶନିବାର ପଡୁଥିବା ହେତୁ ଗ୍ରହକୁ ଶାନ୍ତି କରିବା ପାଇଁ ରାଶିତେଲ ର ଦୀପ ଅର୍ପଣ କରନ୍ତୁ ଯେଉଁ କାରଣରୁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ l
* କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ବର୍ଷ ସୁଖ ସମୃଦ୍ଧି ର ବର୍ଷ ହେବ ସେଥିପାଇଁ ଘର ର ବୟସ୍କ ମାନଙ୍କ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ l ଏହି ଦିନ ଘରେ ଗୁରୁଜନ ମାନଙ୍କ ସେବା କରିବା ସହ ଈଶ୍ୱରଙ୍କ ଆରାଧନା କରନ୍ତୁ l
* ତୁଳା ରାଶି – ନୁଆବର୍ଷର ଆରମ୍ଭ ସୁଗନ୍ଧରେ କରନ୍ତୁ l ତେଣୁ ହନୁମାନଙ୍କ ନିକଟରେ ଗୋଲାପ ପୁଷ୍ପ ଅର୍ପଣ କରନ୍ତୁ ଓ ତୁଳସୀ ଅର୍ପଣ କରିବାକୁ ଭୁଲିବେ ନାହିଁ l ବର୍ଷର ସମସ୍ତ ରବିବାର ସୂର୍ଯ୍ୟ ପୂଜା କରି ବିଶେଷ ଫଳ ଲାଭ କରନ୍ତୁ l
* ବିଛା ରାଶି – ବର୍ଷର ଆରମ୍ଭ ବୃକ୍ଷ ରୋପଣ କରି ଆରମ୍ଭ କରନ୍ତୁ l କୌଣସି ବୃଦ୍ଧ ବ୍ୟକ୍ତିକୁ ଶୀତବସ୍ତ୍ର ଦାନ କରିବା ଦ୍ୱାରା ବର୍ଷ ସାରା ସୁଖ ଓ ଶାନ୍ତିରେ ଅତିବାହିତ ହେବ l
* ଧନୁ ରାଶି – ଗାଈ କୁ ଗୁଡ଼ ଓ ଚଣା ଡାଲି ଖାଇବାକୁ ଦିଅନ୍ତୁ l ପୋଷା ଜୀବଜନ୍ତୁ ଙ୍କୁ ଖାଇବାକୁ ଦିଅନ୍ତୁ l ବିଷ୍ନୁ ସହସ୍ର ନାମ ଜପ କରି ବିଷ୍ନୁ ଙ୍କ ନିକଟରେ ଘିଅ ଦୀପ ଅର୍ପଣ କରନ୍ତୁ l
* ମକର ରାଶି – ମକର ରାଶିର ବ୍ୟକ୍ତିମାନେ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ l ସମାଜ ସେବା କାର୍ଯ୍ୟ କରିବା ଦ୍ୱାରା ଜୀବନରୁ ସଙ୍କଟ ଦୂର ହେବ l ପ୍ରତିଦିନ ହନୁମାନ ଚାଳିଶ ପାଠ କରନ୍ତୁ l
* କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତିମାନେ ଏହିଦିନ ମନ୍ଦିରରେ ଜଳପାତ୍ର ଦାନ କରିବା ଆବଶ୍ୟକ l ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l ଅନାଥ ପିଲାଙ୍କୁ କିଛି ଖାଦ୍ୟ ଦିଅନ୍ତୁ ବର୍ଷଟି ଭଲରେ ଅତିବାହିତ ହେବ l
* ମୀନ ରାଶି – ମୀନ ରାଶିର ବ୍ୟକ୍ତିମାନେ ନୂଆବର୍ଷ ଦିନ ଯଦି ଦୁର୍ଗାଙ୍କ ମନ୍ଦିରରେ ନଡ଼ିଆ ଅର୍ପଣ କରିବେ ତେବେ ବର୍ଷଟି ଭଲରେ ଅତିବାହିତ ହେବ l ନାରୀମାନେ ଏହିଦିନ ଶଙ୍ଖା ଓ ସିନ୍ଦୁର ସଧବା ନାରୀଙ୍କୁ ଦେବା ଆବଶ୍ୟକ l ଏହାଦ୍ୱାରା ଘରର ଶାନ୍ତି ଓ ସମୃଦ୍ଧି ରହିବା ସହ ସ୍ୱାମୀଙ୍କ ରିଷ୍ଟ ଖଣ୍ଡନ ହେବ l
Leave A Reply

Your email address will not be published.