Odisha news

ଡ୍ରେନେଜ୍ ସମସ୍ୟା ସମାଧାନ ନେଇ ସୋରବାସୀଙ୍କ ଦାବି

0

ସୋର (ଆପ୍ର): ସୋର ସହରାଞ୍ଚଳ ଘୋଷଣାକୁ ୪୫ ବର୍ଷ ପୁରିଥିଲେବି ଅଦ୍ୟାବଧି ଏହି ସହରରେ ଡ୍ରେନେଜ୍ ସମସ୍ୟାର ସମାଧାନ ହୋଇପାରିନି । ଏହି ପୈାରପାଳିକାରେ ନୂତନ ଘର ର୍ନିମାଣ ବେଳେ ପାଣିନାଳ ପୋତି ଘର ତିଆରି ହେଉଥିବାରୁ ଏହି ସମସ୍ୟା ବଢ଼ୁଛି । ପୈାର କର୍ତ୍ତୁପକ୍ଷ ଏହି ସମସ୍ୟାକୁ ଅଣଦେଖା କରୁଥିବାରୁ ସାମନ୍ୟ ବର୍ଷାରେ କୃତିମ ବନ୍ୟା ସୃଷ୍ଟି ହେଇ ଦିନ ଦିନ ଧରି ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି ।

ଏବେ ହୋଇଥିବା ଅମ୍ପାନ ବର୍ଷାରେ କମରପୁର, ଉତ୍ତରେଶ୍ୱର ଓ ନୂଆ ବସ୍ଷ୍ଟାଣ୍ଡ ବାସୀନ୍ଦା ଜଳ ବନ୍ଦି ହୋଇ ରହିବା ପରେ ମଧ୍ୟ ରାତ୍ରରେ ପୈାର କର୍ତ୍ତୁପକ୍ଷ ଜେସିପି ଲଗାଇ ଡ୍ରେନ୍ ସ‘ା କରିବା ପରେ ଲୋକେ ସାମନ୍ୟ ଆଶ୍ୱସ୍ତ ହୋଇଥିଲେ ।

ରାଜପଥ ପାଶ୍ୱର୍ ଉତ୍ତରେଶ୍ୱର ଠାରୁ ବର୍ଷା ଜଳ କମରପୁର , ନୂଆ ବସ୍ଷ୍ଟାଣ୍ଡ ଦେଇ ରେଳପଥ ପାଶ୍ୱର୍ରେ ଡ୍ରେନ୍କୁ ଯାଉଥିବା ବେଳେ ଏବେ ଏହି ସଂପୂର୍ଣ୍ଣ ପୋତି ହୋଇପଡିଛି । ଏଥି ସହ ଓଭର ବ୍ରିଜ୍ ର୍ନିମାଣ ସମୟରେ ରେଳ ଲାଇନ୍ ପାଶ୍ୱର୍ ଡ୍ରେନ୍ ସଂପୂର୍ଣ୍ଣ ପୋତି ହୋଇଥିବାରୁ ଏଥର ସହରବାସୀ ମୈାସୁମୀ ବର୍ଷାରେ ଦିର୍ଘ ଦିନ ଜଳ ବନ୍ଦୀ ହୋଇ ରହିବା ନିଶ୍ଚିତ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଥର ମୈାସୁମୀ ଠିକ୍ ସମୟରେ ପ୍ରବେଶ କରିବାକୁ ଥିବା ବେଳେ ଆଉ ଦିନ କେଇଟାରେ ପୈାର କର୍ତ୍ତୁପକ୍ଷ ଯୁୂଦ୍ଧକାଳୀନ ଭିତ୍ତିରେ ଡ୍ରେନେଜ୍ ସ‘ାନକଲେ ପରିସ୍ଥିତି ଅଣାୟତ ହେବା ଆଶଙ୍କାରେ ସହରବାସୀ ଅଛନ୍ତି । କେରୋନା ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ନେଇ ପୈାରକର୍ତ୍ତୁପକ୍ଷ ବ୍ୟସ୍ତ ଥିବା ବେଳେ ଏନେଇ ଆବଶ୍ୟକ ପଦକ୍ଷେପ ନନେଲେ ମୈାସୁମୀ ବର୍ଷାରେ ପରିସ୍ଥିତି ଅଣାୟତ ହେବା ନେଇ ସହରବାସୀ ଆଶଙ୍କାରେ ଅଛନ୍ତି ।

Leave A Reply