Odisha news

ବାବା ବିଶେଶ୍ୱର ୟୁଥ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର : ୪୩ ୟୁନିଟ୍ ସଂଗୃହିତ

0

ସୋର (ଆପ୍ର): ସୋର ବ୍ଲକ ଅନ୍ତର୍ଗତ ଜୋକା ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ବାବା ବିଶ୍ୱେର ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ହୋଇଯାଇଛି । ବାଲେଶ୍ୱର ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରୁ ୪୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ସୋର ତହିସିଲଦାର ଡ. ଅଶୋକ କୁମାର ଦାସ, ସ୍ଥାନୀ ୟସରପଞ୍ଚ ବିଭୂତିଭୁଷଣ ଦାସ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ରକ୍ତ ଭଣ୍ଡାର ପକ୍ଷରୁ ଡ. ମହେଶ କୁମାର ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିବା ବେଳେ ଏଲ୍ଟି ଅକ୍ଷୟ କୁମାର ଜେନା, ବିଜୟ କୁମାର ପପଟ୍ଟନାୟକ ଓ ବିଦ୍ୟାଧର ସାହୁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ବେହେରା, ପରିଚାଳନା ସମିତି ସଭାପତି ସୈାଦାମିନୀ ମହାନ୍ତି, ଚନ୍ଦନେଶ୍ୱର ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମହେନ୍ଦ୍ର ପ୍ରସାଦ ସାହୁ, ସମାଜସେବୀ ତଥା ପଥର ଶିଳ୍ପୀ ନରେନ୍ଦ୍ର ସାମଲ, ରବୀନ୍ଦ୍ର ନାୟକ, ଲକ୍ଷ୍ୟ କମ୍ପିଟେଟିଭ୍ ଅନୁଷ୍ଠାନ ମୁଖ୍ୟ କବୀନ୍ଦ୍ର ପଣ୍ଡା , ଗୈାରୀ ଶଂକର ଘଡାଇ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଲକ୍ ଡାଉନ୍ ସମୟରେ ଘୋଷିତ ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯାଇ ରକ୍ତଦାନ ଶିବର ସକାଳ ୯ଟାରୁ ୧୧ଟା ମଧ୍ୟରେ ପରିଚାଳିତ ହୋଇଥିଲା ।

Leave A Reply