Odisha news

ଅଗ୍ନିକାଣ୍ଡରେ ଦୋକାନ ଘର ଭଷ୍ମିଭୂତ

0

ସୋର (ଆପ୍ର): ସୋର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ତେଜରାତି ଦୋକାନ ଘର ପୋଡି ପାଉଁସ ହୋଇଯାଇଛି । ଏହି ଗ୍ରାମର ମଧ୍ୟସ୍ଥଳରେ କୁଶାସନ ସାହୁଙ୍କ ଦୋକାନ ଘରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାକୁ ଉଦ୍ୟମ କରି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ େ‘ାନ୍ କରିଥିଲେ ।

ଏବେ କିଛି ଦିନ ଧରି ଏହି କାର୍ଯ୍ୟାଳୟର ଟେଲିେ‘ାନ୍ ଅଚଳ ଥିବାରୁ ବିଳମ୍ବରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଦୋକାନ ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଘର ସହ ଦୋକାନରେ ଥିବା ୪୦ ହଜାର ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁସ ହୋଇଯାଇଛି ।

Leave A Reply