Odisha news

ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ

ନବରଙ୍ଗପୁର :   ନବରଙ୍ଗପୁର ଯୁବ କଂଗ୍ରେସ କମିଟି ତରଫରୁ ,ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟରେ ମାନ୍ୟବର ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରୀ ପଦ ନିମନ୍ତେ ନିଯୁକ୍ତି ର ବୟସ ସୀମା ବହୁ ବର୍ଷ ହେବ ସେହି ୩୨ବର୍ଷ ମଧ୍ୟରେ ସୀମିତ ରଖି ଦିଆ ଯାଇଛି।ବର୍ତ୍ତମାନ ଓଡ଼ିଶା ପ୍ରଦେଶ ରେ ନିଯୁକ୍ତିର ପ୍ରଲୋଭନ ଦେଖାଇ ଶାସନ କରି ଆସୁଥିବା ବିଜେଡି ସରକାର ୨୧ ବର୍ଷ ସହ ପଞ୍ଚମ ପାଳି ର ଶାସନ ନିର୍ବାହୀତ କରି ଚାଲି ଛନ୍ତି ତଥାପି ଆଖି ଦୃଷୀୟା ନିଯୁକ୍ତି ରୁ ଯୁବ ସମାଜ ବଞ୍ଚିତ ଅଛନ୍ତି।ନିଯୁକ୍ତି ନିମନ୍ତେ ବୟସ ସୀମା ୩୨ବର୍ଷ ମଧ୍ୟରେ ରହିଥିବା ହେତୁ ଉଚ୍ଚ ଶିକ୍ଷା ଲାଭ କରି ପିଲାମାନେ ସରକାରୀ ଚାକିରି ରୁ ବଞ୍ଚିତ ହେଉଛନ୍ତି।ଦେଶ ମଧ୍ୟରେ ଅନେକ ଅଗ୍ରଣୀ ରାଜ୍ୟ ଯଥା ପୋଡସି ଆନ୍ଧ୍ର ପ୍ରଦେଶ,ମଧ୍ୟ ପ୍ରଦେଶ,ସହ ପଶ୍ଚିମ ବଙ୍ଗ,ରାଜସ୍ଥାନ,ଆସାମ, ତେଲେଙ୍ଗାନା,ଗୋଆ ଆଦି ରାଜ୍ୟ ମାନଙ୍କରେ ସରକାରୀ ଚାକିରି ନିମନ୍ତେ ବୟସ ସୀମା ୪୦ ବର୍ଷ ରୁ ୪୫ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ଆମ ରାଜ୍ୟରେ ୩୨ ବର୍ଷରେ ସୀମିତ ରଖି ରାଜ୍ୟ ସରକାର ଚୁପ୍ ହୋଇ ବସି ରହିଛନ୍ତି।ବେକାରୀ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି।ତଥାପି ସରକାର ନୀରବ ଦ୍ରଷ୍ଟା ସଜିଛନ୍ତି।ଯାହା ଦ୍ୱାରା ବେକାରୀ ସମସ୍ୟା ଆଜି ପ୍ରତି ଘରେ ଘରେ ମୁଣ୍ଡ ବ୍ୟଥାର କାରଣ ସାଜିଛି।ତେଣୁ ସରକାରଙ୍କୁ ଏହି ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି କି ତୁରନ୍ତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାରୀ ଚାକିରୀ କ୍ଷେତ୍ରରେ ବୟସ ସୀମା ୩୨ ବର୍ଷ ପରିବର୍ତ୍ତେ ୪୨ ବର୍ଷ କରା ଯାଉ।
ଅଞ୍ଚଳରେ ଅଭାବୀ ସାର ବିକ୍ରୀ ସାଙ୍ଗକୁ ଚଢ଼ା ଦର ଚାଷୀଙ୍କୁ ମର୍ମାହତ କରି ରଖିଛି।ବଜାରରେ ସାର ଚାହିଦା କୁ ଦେଖି ଉଚ୍ଚା ଦର ସାଙ୍ଗକୁ, କଳାବଜାରୀ ଙ୍କ ଭୂମିକା ବଢିବାରେ ଲାଗିଛି।ତେଣୁକରି ଜିଲ୍ଲାପାଳଙ୍କୁ ଜିଲ୍ଲା କୃଷକ ସେଲ ଓ ଜିଲ୍ଲା କଂଗ୍ରେସ ତରଫରୁ ଲିଖିତ ଆକାରରେ ଅନୁରୋଧ କରା ଯାଇଛି କି ଜିଲ୍ଲା ମଧ୍ୟରେ ଥିବା ଖୁଚୁରା ବ୍ୟବସାୟୀ ଙ୍କୁ ସାର ଦେବାସହ ସମସ୍ତ ଲ୍ୟାମ୍ପ୍ ଦ୍ଵାରା ଚାଷୀଙ୍କୁ ସାର,(Fertilizer) ଦେଲେ ପ୍ରକୃତ ରେ ଚାଷୀ ତାର ସୁଫଳ ପାଇବା ସହ ଠିକ୍ ଦରରେ ପାଇ ଥାନ୍ତେ। ଆଜି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାକୁ ପଡୋଶୀ ରାଜ୍ୟ ସଂଜଗ କରୁଥିବା ଇନ୍ଦ୍ରାବତୀ ବ୍ରିଜ ଦୀର୍ଘ ଦିନରୁ ଦେଖା ଦେଇଥିବା ଦୂରବସ୍ଥା କୁ ନେଇ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଉକ୍ତ ବ୍ରିଜ ଉପରେ ରହି ପ୍ରତିବାଦର ସ୍ବର ଉତ୍ତଳ ନ କରିଥିଲେ।ଦୀର୍ଘ ବର୍ଷ ହେବ ବ୍ରିଜ ଭଙ୍ଗା ଦଦରା ଅବସ୍ଥାରେ ଥିଲେ ମଧ୍ୟ ଉଭୟ ନବରଙ୍ଗପୁର ଓ କୋରାପୁଟ  ଜିଲ୍ଲା ପ୍ରଶାସନ ର ନିଘା ନାହିଁ।ତୁରନ୍ତ ସଜଡ଼ା ଯିବାସହ।ଭବିଷ୍ୟତ କୁ ଦୃଷ୍ଟିରେ ରଖି ଏହି ବ୍ରିଜ କୁ ଲାଗି ନୂତନ ଭାବେ ଆଉ ଏକ ବ୍ରିଜ ନିର୍ମାଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।ନଚେତ  ଆଗାମୀ ଦିନରେ ୬୨ ନମ୍ୱର ରାଜପଥ ବନ୍ଦ ଡାକରା ଦେବାକୁ ଦଳ ପଛଘୁଞ୍ଚା ଦେବନାହିଁ।ସେଥିପାଇଁ ସରକାର ଦାୟୀ ରହିବେ।
 ଆଜିର ଏହି କାର୍ଯ୍ୟ କ୍ରମରେ ବହୁ କଂଗ୍ରେସ କର୍ମୀ ସହ ପ୍ରିୟ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ଯୁବକଂଗ୍ରେସ ସଭାପତି ଅଖିଳ ଭତ୍ରା,ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ,ପିସିସି ସଭ୍ୟ ସୋରଜ ପତ୍ର, ବନରଙ୍ଗ ପୁର ବ୍ଲକ ସଭାପତି ଭୀମ ହରିଜନ,ଜିଲ୍ଲା କଂଗ୍ରେସ କୃଷକ ସଂଘ  ସଭାପତି ତଥା ନନ୍ଦା ହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ,ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ,ଜିଲ୍ଲା କଂଗ୍ରେସ ସମ୍ପାଦକ ଦିଲ୍ଲିପ ପ୍ରଧନି, ତେନ୍ତୁଳଖୁଣ୍ଟି ବ୍ଲକ ସଭାପତି ପ୍ରହଲ୍ଲାଦ ହିଆଲ୍,ବରିଷ୍ଟ ନେତା ସୁନି ସିଂହ,ଚନ୍ଦ୍ର ମଲ୍ଲିକ,ବାସୁ ପଟ୍ଟନାୟକ,ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, କୁନା ପାଢ଼ୀ,ପ୍ରଫୁଲ୍ଲ ପଣ୍ଡା,ଅବଦୁଲ୍ ଫାରୋଜ,ସୁମିତ ପୂଜାରୀ, ବୁଲ୍ ଵୁଲ୍,ରାଜ୍ୟ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.