Odisha news

କରୋନା ଚିନ୍ତାରେ କୁନି ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଦାନ କଲା ସଞ୍ଚିତ ଅର୍ଥ

0

କଣ୍ଟାପଡା : କରୋନା ପାଇଁ ସବୁଠି ଆସିଛି ସଚେତନତା ଓ ସମବେଦନା । ବୟସ୍କଙ୍କ ଠାରୁ ଯୁବକ ସମସ୍ତେ ନିଜନିଜ କ୍ଷେତ୍ରରେ କରୋନା ପ୍ରତିହତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏପରି ସମୟରେ କଣ୍ଟାପଡା ବ୍ଲକ ବାଗଲପୁର ପଞ୍ଚାୟତ ଗରଗରା ଗ୍ରାମର ସ୍ୱର୍ଗତ ପ୍ରତାପ ଜ୍ଞାନ କରଣ ଓ ମାତା ଯମୁନା ଜ୍ଞାନ କରଣଙ୍କ ୧୦ ବର୍ଷର ଝିଅ ସୁପ୍ରୀୟା ଜ୍ଞାନ କରଣ ଗୋଟିଏ କୁମ୍ପିରେ ସଞ୍ଚୟ କରିଥିବା ୧୨୦୦ ଟଙ୍କାକୁ ଆଜି କଣ୍ଟାପଡା ଭାରପ୍ରାପ୍ତ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କରୋନା ପ୍ରତିରୋଧ ଫଣ୍ଡକୁ ଦାନ କରିଛନ୍ତି । ଝିଅଟିର ଏପରି କାର୍ଯ୍ୟକୁ ସେଠାରେ ଉପସ୍ଥିତ ଥିବା ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ସହ ସମସ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply