Odisha news

ଘରୋଇ କଳି : ମାଆକୁ ହତ୍ୟା କଲା ପୁଅ

0

ଭଦ୍ରକ : ଘରୋଇ କଳିକୁ କେନ୍ଦ୍ର କରି ଜଣେ ପୁଅ ନିଜ ମାଆକୁ ହତ୍ୟା କରିବା ଭଳି ଅତି ଜଘନ୍ୟକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନାଞ୍ଚଳରେ । ଏହି ଅଭାବନୀୟ ଘଟଣାଟି ଏହିପରି : ଧୂଷୁରୀ ଥାନା କାଶିମପୁର ଗାଁର ନିରଞ୍ଜନ ଜେନା ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ । ତେବେ ଗତ ପଣାସଂକ୍ରାନ୍ତି ବେଳେ କୌଣସି କାରଣରୁ ନିରଞ୍ଜନ ଓ ତାଙ୍କ ମାଆ ମାତାଜୀ ଜେନାଙ୍କ ସହ ଘରୋଇ କଳି ସୃଷ୍ଟି ହୋଇଥିଲା । ଏହି କାରଣରୁ ଗତ ୨୮ ତାରିଖ ଦିନ ମାଆ ମାତାଜୀକୁ ନେଇ ପୁଅ ନିରଞ୍ଜନ ମାମୁଁଘର ପଛାଲୋକୁ ଯାଇଥିଲା । ତେବେ ଏହି କଳିକୁ କେନ୍ଦ୍ର କରି ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ନିରଞ୍ଜନ ଶାଢୀରେ ମାଆ ମାତାଜୀ ବେକକୁ ଚିପି ଦେଇଥିଲେ । ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା । ଏକ ବାଡିରେ ମାଆ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ ଓ ଘରକୁ ଫେରି ଆସିଥିଲେ । ପରେ ଘରେ ମାତାଜୀ ମାମୁଁଘରେ ଥିବା ନିରଞ୍ଜନ ଘରେ କହିଥିଲେ । ପରେ ମାମୁଁଘରକୁ ମାତାଜୀ ଯାଇନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ମାତାଜୀଙ୍କୁ ଖୋଜାଖୋଜି କରିବାରୁ ଗତକାଲି ତାଙ୍କ ଘର ନିକଟ ବେଣା ପଡିଆ ନିକଟସ୍ଥ ବିଲରୁ ମାତାଜୀଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତ ଦେହକୁ ଧୂଷୁରୀ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲଳା ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାରେ ଏକ ହତ୍ୟା ମାମଲା(୯୪/୨୦)ରୁଜୁ କରି ମାଆ ହତ୍ୟା ଅଭିଯୁକ୍ତ ପୁତ୍ର ନିରଞ୍ଜନକୁ ଗିରଫ୍‍ କରିଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Leave A Reply