Odisha news

ପାଣିଟାଙ୍କି ଉପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଉଦ୍ଧାର ପାଇଁ ଫାୟାରମ୍ୟାନ ନାକେଦମ୍

0

ବାସୁଦେବପୁର,(Basudev Tripathy) ମାସିକ ଦରମା ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପାଣିଟାଙ୍କି ଉପରେ ବସି ଧମକ୍‍ ଉପରେ ଧମକ୍‍ ଦେଇ ଚାଲିଲେ । ଟାଙ୍କି ଉପରୁ ଉଦ୍ଧାର କରିବା ପାଇଁ ନାୟକାଣୀଡିହି ପୋଲିସ ଓ ଫାୟାର ମ୍ୟାନଙ୍କୁ ଦୀର୍ଘ ୪ ଘଣ୍ଟା ଧରି ନାକେଦମ୍‍ ହେବାକୁ ପଡିଛି । ଶେଷରେ ଦରମା ଟଙ୍କା ପାଇବାର ପ୍ରତିଶୃତି ପାଇବା ପରେ ବିସ୍କୁଟ୍‍ ଓ ପାଣି ପିଇ ତଳକୁ ଓହ୍ଲାଇଲେ । ଘଟଣା ଘଟିଛି ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାନକାଳିଦାସପୁର ଅଞ୍ଚଳର ।

ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ କାନ୍ଥିଗଡିଆ ମଳିକସାହିର ଶିବ ପ୍ରସାଦ ମଳିକ ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାନକାଳିଦାସପୁର ଅଞ୍ଚଳର ରମେଶ ଚନ୍ଦ୍ର ମାଝୀଙ୍କ ଘରେ ରହି ପ୍ରାୟ ୭ ବର୍ଷ ଧରି ଟ୍ରାକଫର ଚାଳକ ଭାବେ କାର୍ଯ୍ୟ କରି ଆସୁଅଛି । ସାତ ବର୍ଷ ମଧ୍ୟରେ ବର୍ଷେ ତଳେ କାମ ଛାଡି ପଳାଇ ଯାଇଥିଲେ । ପୁନଶ୍ଚ ଶିବ ବର୍ଷେ ହେବ କାର୍ଯ୍ୟରେ ଯୋଗ ଦେଇ ଟ୍ରାକଫର ଚଳାଇ ଆସୁଛି । ସାବତ୍ରୀ ବ୍ରତ ପୂର୍ବରୁ ଘରକୁ ଯାଇଥିଲା । ପର ଦିନ ଘରୁ କାର୍ଯ୍ୟକ୍ଷେତ୍ର ସାନକାଳିଦାସପୁର ଫେରି ଆସିଥିଲା । କିଛି ଦିନ କାମ କରିବା ପରେ ମାଲିକ ରମେଶ ଚନ୍ଦ୍ର ମାଝୀଙ୍କୁ ଶିବ ବାକିୟା ଦରମା ବାବଦକୁ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା ମାଗିଥିଲା । ଟଙ୍କା ନଦେବା ଆଳରେ ଶିବକୁ ମାନସିକ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ଘରକୁ ଯାଇଥିବା ବେଳେ ଗାଁରେ କରୋନା ପଜେଟିଭ୍‍ ବାରିଛି ବୋଲି କହି ତୋତେ କରୋନା ହୋଇଛି ବୋଲି କହି ମାଲିକ ଓ ତାଙ୍କ ସମ୍ପର୍କିୟମାନେ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଲେ ବୋଲି କହିଛନ୍ତି ଟାଙ୍କିରେ ଚଢିଥିବା ଶିବପ୍ରସାଦ ମଳିକ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି ।

ନିର୍ଯ୍ୟାତନା ସହ୍ୟକରିନପାରି ଶେଷରେ ଆଜି (ରବିବାର) ସକାଳ ପ୍ରାୟ ୬.୩୦ରେ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣିଟାଙ୍କି ଉପରକୁ ଚଢି ଆତ୍ମହତ୍ୟା କରିବ ବୋଲି ଧମକ୍‍ ଦେଇଥିଲେ । ଖବର ପାଇ ନାୟକାଣୀଡିହି ପୋଲିସ ପହଞ୍ଚିଥିଲା । ଯେତେ କହିଲେ ବି ତଳକୁ ଆସିନଥିଲା । ବାସୁଦେବପୁରରୁ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚିଥିଲେ । ଟାଙ୍କି ଉପରକୁ ଚଢି ବୁଝାସୁଝା କରି ବିସ୍କୁଟ ଓ ପାଣି ପିଇବାକୁ ଦେଇଥିଲେ । ଶିବ ପ୍ରାସଦ ମଳିକଙ୍କ ଘର କାନ୍ଥିଗଡିଆ ଗ୍ରାମର କୋଚିଆକୋଇଲି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧିଙ୍କ ସହିତ ଫୋନ୍‍ ଯୋଗେ ଆଲୋଚନା କରି ଟଙ୍କା ପାଇବାର ପ୍ରତିଶୃତି ପାଇବା ପରେ ତଳକୁ ଓହ୍ଲାଇ ଆସିଥିଲା । ଅଗ୍ନିଶମ ବାହିନୀର ଅଧିକାରୀ ନିତ୍ୟାନନ୍ଦ ବେହେରା,ନିରାକାର ତ୍ରିପାଠୀ,ବୁଲୁରଞ୍ଜନ ସେଠୀ,ସୁନିଲ ରାଉତ,ବିଦ୍ୟାଧର ନାଥ ଓ ମନୋଜ କୁମାର ନାୟକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ନାକେଦମ୍‍ ହେବାକୁ ପଡିଥିଲା । ଓହ୍ଲାଇଥିବା ଶିବପ୍ରାସଦ ମଳିକଙ୍କୁ ତାଙ୍କ ଘର କାନ୍ଥିଗଡିଆ ଗ୍ରାମରେ ଫାୟାର ଗାଡି ପହଞ୍ଚାଇଥିଲା । ଦରମା ଅର୍ଥକୁ ନେଇ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ମାଲିକ ରମେଶଚନ୍ଦ୍ର ମାଝୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ ଯୋଗେ ଯୋଗାଯୋଗ ହୋଇ ପାରିନଥିଲା

Nalco

Leave A Reply