ଉତ୍ତରାଖଣ୍ଡ ରାଜ୍ୟର ଚମୋଲି ଜିଲ୍ଲାରେ ଅଲକାନନ୍ଦା ନଦୀ କୂଳରେ ବଦ୍ରୀନାଥ ଧାମ ରହିଛି, ଭାରତର ଥିବା ଚାରିଧାମ ଦ୍ୱାରିକା ଧାମ, ଜଗନ୍ନାଥ ଧାମ, ରାମେଶ୍ୱରମ ଧାମ ଏବଂ ବଦ୍ରୀନାଥ ଧାମ ମଧ୍ୟରୁ ଏହା ଗୋଟିଏ, ମାନ୍ୟତା ଅନୁସାରେ ବଦ୍ରୀନାଥ ଧାମ ରେ ଭଗବାନ ବିଷ୍ଣୁଙ୍କ ନିବାସ ସ୍ଥଳୀ ଅଟେ l କୁହାଯାଏ ଯେ ଭଗବାନ ବିଷ୍ଣୁ ଏଠାରେ ବଦ୍ରୀ ବୃକ୍ଷ ମୂଳରେ ତପସ୍ୟା କରିଥିଲେ ତେଣୁ ଏହି ସ୍ଥାନକୁ ବଦ୍ରୀନାଥ ବୋଲି କୁହାଯାଏ l
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଦ୍ରୀନାଥ ଧାମରେ କୁକୁର ଥିଲେ ମଧ୍ୟ କୌଣସି କୁକୁର ଭୁକିବା ନଜର ଆସନ୍ତି ନାହିଁ, କେବଳ ଏତିକି ନୁହେଁ ଆକାଶରେ ବିଜୁଳୀ ଚମକିବ ହେଲେ ଶବ୍ଦ ହେବ ନାହିଁ, ବାଦଲ ବରଷିବ ହେଲେ ଗର୍ଜିବି ନାହିଁ , ଏହା ପଛର କାରଣ ଖୁବ ରୋଚକ ଅଟେ , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l
ବଦ୍ରୀନାଥ ଧାମ ରେ ଭଗବାନ ବିଷ୍ଣୁ ଧ୍ୟାନ ମୁଦ୍ରାରେ ରହିଛନ୍ତି ଏବଂ ପ୍ରକୃତି ଠାରୁ ନେଇ ଜୀବଜନ୍ତୁ ସମସ୍ତେ ତାଙ୍କ ସହିତ ସହଯୋଗ କରିଥାଆନ୍ତି l ଏଠାକୁ ଯାଉଥିବା ଭକ୍ତ ମାନଙ୍କୁ ମଧ୍ୟ କୁହାଯାଇଥାଏ ଯେ ପ୍ରକୃତି ସହିତ ସହଯୋଗ କରନ୍ତୁ l
ବଦ୍ରୀନାଥ ମନ୍ଦିର ସମୁଦ୍ର ପୃଷ୍ଠରୁ ପାଖାପାଖି ୩ହଜାର ମିଟର ରୁ ଅଧିକ ଉଚରେ ଅବସ୍ଥିତ , ମନ୍ଦିର ର ବାସ୍ତୁକଳା ନାଗର ଶୈଳୀ ରେ ଆଧାରିତ ଅଟେ, ଗର୍ଭଗୃହ ମଧ୍ୟରେ ଭଗବାନ ବିଷ୍ଣୁ ଙ୍କର ଶାଳଗ୍ରାମ ଶିଳାରେ ନିର୍ମିତ ପଥର ମୂର୍ତି ବିରାଜମାନ l ଯାହାଙ୍କୁ ବଦ୍ରୀନାଥ କୁହାଯାଏ ଏବଂ ଭଗବାନ ବିଷ୍ଣୁ ପଦ୍ମାସନ ରେ ବିରାଜମାନ ଏବଂ ଯାହାଙ୍କର ଚାରିଟି ଭୁଜା ରହିଛି l