ନୂଆଦିଲ୍ଲୀ : ଜୀବଜନ୍ତୁ ମାନେ କଥା ନକହି ପାରିଲେ ମଧ୍ୟ ସେମାନଙ୍କ ସ୍ନେହର ଏପରି ପରିପ୍ରକାଶ ବେଳେବେଳେ କରିଥାନ୍ତି ଯାହା ଆମମାନଙ୍କୁ ମଣିଷ ମାନଙ୍କ ପାଖରୁ ମଧ୍ୟ ମିଳି ନଥାଏ l କାରଣ ସେମାନେ ତାଙ୍କ ମୁନିବ ପାଖରୁ ସାମାନ୍ୟ ଟିକିଏ ସ୍ନେହ ଯଦି ପାଇଥାନ୍ତି ତେବେ ବଞ୍ଚିଥିବା ପର୍ଯ୍ୟନ୍ତ ମୁନିବର ଦୁଃଖ ସୁଖର ସାଥି ହୋଇ ରହିଥାନ୍ତି l ସେହିଭଳି ଗୋଟିଏ ଘଟଣା ତୁର୍କୀରୁ ଆସିଛି l ବୋନକୁକ ନାମକ ଗୋଟିଏ ଛୋଟ ମିଶ୍ରିତ ପ୍ରଜାତିର କୁକୁରକୁ ଏକ ଭାବନାତ୍ମକ ପୁନର ମିଳିନ ସହିତ ଦେଖିବାକୁ ମିଳିଥିଲା l
ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେଂତୁରଙ୍କୁ ଜାନୁଆରୀ ୧୪ ତାରିଖ ଦିନ ମସ୍ତିସ୍କ ରୋଗ ପରେ ଡାକ୍ତର ଖାନାକୁ ଅଣାଗଲା l ତାଙ୍କର ଗୋଟିଏ କୁକୁର ଥିଲା ,ଯାହାର ନାମ ବୋନକୁକ ଥିଲା l ଯେତେବେଳେ ତାର ମାଲିକକୁ ଆମ୍ବୁଲାନ୍ସ ଜରିଆରେ ଡାକ୍ତର ଖାନାକୁ ନିଆଗଲା ,ସେତେବେଳେ ସେ ଆମ୍ବୁଲାନ୍ସ ପାଛରେ ଦୌଡିବାକୁ ଆରମ୍ଭ କରିଥିଲା l ଦୌଡ଼ି ଦୌଡ଼ି ସେ ଯାଇ ଡାକ୍ତରଖାନାର ପ୍ରବେଶ ଦ୍ୱାରା ନିକଟରେ ଅଟକି ଯାଇଥିଲା l ଏହା ପରେ ପରଦିନ ସକାଳୁ ଡାକ୍ତର ଖାନାର କାର୍ମଚାରୀ ମାନେ ତାକୁ ଖାଇବାକୁ ଦେଇଥିଲେ l
କିନ୍ତୁ ସେ ସେଠାରୁ ହଟି ନଥିଲା l ତାର ମାଲିକଙ୍କର ଝିଅ ଅଧିକାଂଶ ଥର କୁକୁରଟିକୁ ଘରକୁ ନେବାକୁ ଚେଷ୍ଟା କରିଥିଲେ ,କିନ୍ତୁ ସେ ଅଧା ବାଟରୁ ଗାଡ଼ିରୁ ଓଲ୍ହାଇ ଡାକ୍ତରଖାନା ନିକଟକୁ ପଳାଇ ଆସୁଥିଲା l ଯେଉଁଦିନ ତାର ମାଳିଙ୍କକୁ ଡାକ୍ତରଖାନାରୁ ଛଡା ଗଲା ସେହିଦିନ ସେ ତା ମାଲିକଙ୍କ ହୁଇଲ ଚେୟାର ଚାରିକଡ଼ ଲାଞ୍ଜ ହଲାଇ ବୁଲିଥିଲା l ଏହି ଘଟଣା ଦେଖି ତାର ମାଲିକ ଡାକ୍ତରଖାନା କର୍ମଚାରୀଙ୍କୁ କହିଥିଲେ ଯେ ଏହି କୁକୁରଟି ମୋର ପ୍ରକୃତ ବନ୍ଧୁ ଅଟେ ଓ ମତେ ଛାଡି କେଉଁଆଡେ ବି ଯାଏ ନାହିଁ l ବିଶେଷ ସୂତ୍ରରୁ ଜଣ ପଡିଛି ଯେ ଦୀର୍ଘ ୬ ଦିନ ଧରି କୁକୁରଟି ଡାକ୍ତରଖାନା ବାହାରେ ଜଗି ବସିଥିଲା l