ନୂଆଦିଲ୍ଲୀ : ଚୀନର ଜଣେ ବ୍ୟକ୍ତିଙ୍କ ଆଖିରୁ ଜୀବନ୍ତ ପୋକ ମିଳିବାର ମାମଲା ସାମ୍ନାକୁ ଆସିଛି l ଡାକ୍ତର ଏହି ବ୍ୟକ୍ତିଙ୍କ ଆଖିରୁ ୨୦ ଟି ଜୀବନ୍ତ ପୋକ ବାହାର କରିଛନ୍ତି l ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଏହି ୬୦ ବର୍ଷୀୟ ବ୍ୟକ୍ତିଙ୍କ ନାମ ୱନ ଅଟେ l କିଛି ମାସ ପୂର୍ବରୁ ଯେତେବେଳେ ତାଙ୍କ ଆଖିରେ କିଛି ଅସୁବିଧା ହୋଇଥିଲା ସେ ଭାବିଥିଲେ ଥକାପଣ କାରଣରୁ ଏପରି ହେଉଛି ,ସେ ଏହା ଉପରେ ଦୟାନ ଦେଇନଥିଲେ l ଯେତେବେଳେ ତାଙ୍କ ଆଖିରେ ଯନ୍ତ୍ରଣା ବଢ଼ିଲା ସେତେବେଳେ ସେ ସୁଝଉ ସହରର ଏକ ଡାକ୍ତର ଖାନାରେ ଭର୍ତି ହେଲେ l
ଖଲିଜ ଟାଇମ୍ସ ଅନୁସାରେ ଡାକ୍ତର ମାନେ ତାଙ୍କର ପୁରା ଶରୀରର ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲେ ,ସେତେବେଳେ ଦେଖାଯାଇଥିଲା ତାଙ୍କର ଡାହାଣ ଆଖିପତା ତଳେ ପାଖା ପାଖି ୨୦ ଟି ଜୀବନ୍ତ ପୋକ ଅଛନ୍ତି l ଡାକ୍ତର ଏହି ପୋକମାନଙ୍କୁ କାଢ଼ିବା ପାଇଁ ବହୁତ ସମୟ ଚେଷ୍ଟା କରିଥିଲେ ଅନେକ ଚେଷ୍ଟା ପରେ ୨୦ ଟି ପୋକ ବାହାରିଥିଲେ ,ଯାହାଙ୍କୁ ନେମୋଟୋଡ ଆଖ୍ୟା ଦିଆଯାଇଛି l ନେମୋଟୋଡ ଏକ ସାଧାରଣ ପରଜୀବୀ ପୋକ ଅଟନ୍ତି l ଏହି ପ୍ରକାର ପୋକ କୁକୁର ,ବିଲେଇ ଓ ଅନ୍ୟ ଜୀବଜନ୍ତୁଙ୍କ ପାଖରେ ଦେଖାଯାଇଥାନ୍ତି l
ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ଭାବରେ ଜଣ ପଡ଼ିନାହିଁ ଯେ ୱନଙ୍କ ଆଖୀ ଭିତରକୁ ସେ ପୋକ କିପରି ଆସିଲେ l ୱନ ଡାକ୍ତର ଖାନାରେ କହିଥିଲେ ଯେ ମୋ ପାଖରେ ଅନେକ ପୋଷା ଜୀବଜନ୍ତୁ ଅଛନ୍ତି ହୁଏତ ସେମାନଙ୍କ ପାଖରୁ ଏହି ପୋକ ଅସିଥାଇ ପାରନ୍ତି l