ଦୋବଲ , ୩୦ / ୮ , ଦୋବଲ ଜୋନର ସୋହଡା ପଞ୍ଚାୟତର ବେଦପୁର ଗ୍ରାମର ବାଚପେୟୀ କ୍ଲବ ନିକଟରେ ଗଣେଶ ପୁଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଟି ମଧ୍ଯରେ ମରଣତ୍ମକଆକ୍ରମଣ ମଧ୍ୟ ଉଭୟ ଗୋଷ୍ଟି ମଧ୍ୟ ଆହତ ହୋଇଛନ୍ତି । ଏନେଇ ଉଭୟ ଗୋଷ୍ଟିଙ୍କ ପକ୍ଷରୁ ଧାମନଗର ଥାନା ରେ ପୃଥକ ପୃଥକ ଭାବରେ ଅଭିଯୋଗ କରାଯାଇଛି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁଚନା ଥାଉକି ଉକ୍ତ କ୍ଲବ ନିକଟରେ କେତେକ ଯୁବକ ଗଣେଶ ଠାକୁର ପୂଜା ପାଇଁ ମଣ୍ଡପ ତିଆରି କରୁଥିବା ବେଳେ ଅନ୍ୟ ଯୁବକ ମାନେ ଏହାକୁ ବିରୋଧ କରିଥିଲେ ଏ ନେଇ ଥାନାରେ ଅଭିଯୋଗ କରାଯାଇ ଥିଲା ଏବଂ ଘଟଣା ସ୍ଥଳରେ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା ପହଞ୍ଚି ଥିବା ବେଳେ ତହସିଲଦାର ଉପସ୍ଥିତରେ ଦୁଇଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ଲାଗି ଥିଲେ । ଏହି ସମୟରେ ତହସିଲଦାର ଘଟଣା ସ୍ଥଳରୁ ପଳାଇ ଆସିଥିଲେ ଏବଂ ଘଟଣା ସୁଳରେ ୧୪୪ ଧାରା ଜାରି କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଖବର ପାଇ ଧାମନଗର ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ ପରିସ୍ଥିତି ଉତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ଏବଂ ଏହି ସଂଘର୍ଷରେ ଆହତ ବ୍ୟକ୍ତିମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
