Odisha news

ଦୁଇ କୋଟିର ଗୁଟୁଖା ଓ କଞ୍ଚାମାଲ ଜବତ ଚଢ଼ାଉ ଜାରି ରହିଛି

0
ଵ୍ରହ୍ମପୁର  ୩୦/୮- ଆଜି ପୋଲିସ ବାଉଁସିଆପଲି ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ ଗୁଟୁଖା ପ୍ରସ୍ତୁତ ହେଉଥିବା ୩ଗୋଟି କାରଖାନାରେ ଚଢ଼ାଉ କରିଛି। ବିପୁଳ ପରିମାଣର ଗୁଟୁଖା ,କଞ୍ଚାମାଲ ଓ ବିଭିନ୍ନ ପ୍ରକାର ମେସିନ ଜବତ କରିଛି। ଵ୍ରହ୍ମପୁର ଏସପି ଡ. ଶ୍ରଵଣ ବିବେକ ଏମ , ଏ ଏସପି ରମେଶ ଚନ୍ଦ୍ର ସେଠୀ, ସଦର ଏସଡ଼ିପିଓ ଶିବଶଙ୍କର ମହାପାତ୍ର  ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ କାମ କରୁଥିବା କିଛି କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ଜବତ ଗୁଟୁଖାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଏଏସପି ସେଠୀ କହିଛନ୍ତି। ବୁଧବାର ଏସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଵ୍ରହ୍ମପୁର ସହରତଳି ଅଞ୍ଚଳ ବାଉଁସିଆପଲିରେ ଗୁଟୁଖା କାରଖାନା ଚାଲିଥିବା ସଦର ଥାନା ପୋଲିସ ଖବର ପାଇଥିଲା। ତିନୋଟି ଟିମ ତିନୋଟି ସ୍ଥାନରେ ଏକକାଳୀନ
ଚଢ଼ାଉ କରିଥିଲା। ଉକ୍ତ କାରଖାନା ଗୁଡିକରେ ୫୦ରୁ ଉର୍ଦ୍ଧ କର୍ମଚାରୀ କାମ କରୁଥିବା ପୋଲିସ ଦେଖିବାକୁ ପାଇଥିଲା। ଉକ୍ତ କାରଖାନା ଗୁଡିକରେ ନରେନ୍ଦ୍ର କୁମାର ସାହୁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନକଲି ଗୁଟୁଖା ପ୍ରସ୍ତୁତ କରୁଥିବା ପୋଲିସ ଜାଣିବାକୁ ପାଇଛି। ଗୁଟୁଖା ପ୍ରସ୍ତୁତ ପରେ ଜିଲାର ବିଭିନ୍ନ ଅଞ୍ଚଳରେ ଏହା ବିକ୍ରିବଟା କରାଯାଉଥିଲା ବୋଲି କହିଛି। ମାଲିକ ନରେନ୍ଦ୍ର ସାହୁ ଫେରାର ହୋଇଯାଇଛନ୍ତି। ପୋଲିସ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉକ୍ତ କାରଖାନାରୁ ପ୍ରସ୍ତୁତ ହୋଇ ରହିଥିବା ଗୁଟୁଖା , କଞ୍ଚାମାଲ , ଜରି ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବାରେ ଲାଗିଛି।
Nalco
Leave A Reply