Odisha news

ଦୋବଲ ଅଂଚଳର ଅଙ୍ଗନବାଡି କେନ୍ଦ୍ରର ଗୃହ ନଥିବାରୁ ପିଲା ବସୁଛନ୍ତି ବାର ଦୁଆରେ

0

ଦୋବଲ,୧ା୮ : କେନ୍ଦ୍ର ସରକାର ଗାଁରୁ ସହର ଯାଏ ଶିକ୍ଷାର ଭିତ୍ତିଭୂମିକୁ ସୃଦୁଡ଼ ନିମନ୍ତେ ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ପକ୍ଷେ ଗ୍ରାମାଂଚଳରେ ତାହା ସମ୍ପୂର୍ଣ ହୋଇପାରୁନାହିଁ । ଶିକ୍ଷାର ଭିତ୍ତିଭୂମି ନିମନ୍ତେ ତିନି ବର୍ଷ ପିଲା ଠାରୁ ଅଙ୍ଗନବାଡି ମାଧ୍ୟମରେ ପାଠ ପଢ଼ାର କୌଶଳ ନିମନ୍ତେ ଅଙ୍ଗନବାଡି ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷଣୀୟ ବ୍ୟବସ୍ତା ଦିଆଯାଇଥାଏ । ବିଭିନ୍ନ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ ମାତ୍ର ଅଧିକାଂଶ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ପିଲାମାନେ ବାରଦ୍ୱାରେ ଶୁଣ୍ଢିପିଣ୍ଡା ହେଉଛନ୍ତି ।

ଧାମନଗର ବ୍ଲକର ଦୋବଲ ଜୋନର ପ୍ରାୟ ୮୦ରୁ ଉର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ଥିଲାବେଳେ ସେଥିରୁ ମାତ୍ର ହାତ ଗଣତି ୫ରୁ ୧୦କେନ୍ଦ୍ର ଗୃହ ନିର୍ମାଣ ହୋଇ ସେଠାରେ ଛୋଟ ଛୋଟ କୋମଳ ମତି ପିଲାମାନେ ପାଠ ପଡୁଥିବାବେଳେ ଅନ୍ୟ କେନ୍ଦ୍ର ଗୁଡିକରେ ଏହି ଯୋଜନା ସମ୍ପୂର୍ଣ ଭାବେ ବିଫଳ ହୋଇଛି । ପ୍ରକାଶ ଥାଉକି ଦୋବଲ ପଂଚାୟତର ପ୍ରାୟ ୭ଟି ଅଙ୍ଗନବାଡି କେନ୍ଦ୍ର ଚାଲୁଥିବାବେଳେ ସେଥିରୁ କୌଣସି ଘର ତିଆରି ହୋଇନାହିଁ ।

ପଂଚାୟତର କୋଳେଇପଦା, ମହାଦେବସାହି, ସାହୁସାହି, ରୁଣୁଝୁଣୁ ପାଟଣା, ବାହୁବଳେନ୍ଦ୍ରସାହି, ଇଟୁଆ ଓ ନନ୍ଦିପୁରୁରେ ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ବର୍ଷ ହେବ ବିଭିନ୍ନ ମଠ ମନ୍ଦିର ଓ ଅଙ୍ଗନବାଡି କର୍ମୀଙ୍କ ଘରେ ସେଣ୍ଟର ଚାଲୁଛି । ସାହୁ ସାହିରେ ଘର ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟର ମନ୍ଥରତା ଯୋଗୁଁ ଘର କାମ ସରୁନାହିଁ ସେହିପାରି ବାହୁବଳେନ୍ଦ୍ରସାହି ଅଙ୍ଗନବାଡି କେନ୍ଦ୍ରର ସ୍ଥାନୀୟ ବିଦ୍ୟାଳୟ ପରିସରରେ ଗୃହ ଆରମ୍ଭ ହୋଇଥିବାବେଳେ କୋର୍ଟରେ ମାମଲା ଯୋଗୁଁ ଗୃହ କାର୍ଯ୍ୟ ଆଗେଇ ପାରୁନାହିଁ ।

ଅନ୍ୟପକ୍ଷେ ଉକ୍ତ ପଂଚାୟତର ଅନ୍ୟ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଇଟା ଖଣ୍ଡେବି ଯୋଡ଼ାଯାଇନାହିଁ ଫଳରେ ଛୋଟ ଛୋଟ ପିଲାମାନେ ବର୍ଷା, ଶୀତ ଓ ଖରା କାହା ଘରେ ତ କାହା ପିଣ୍ଡାରେ ବୋହୁ ଦୁର୍ଦସାରେ ପାଠ ପଡୁଛନ୍ତି । ଅପରପକ୍ଷେ ଘର ନଥିବାରୁ କେତକ ଅଙ୍ଗନବାଡି କର୍ମୀମାନେ ସରକାରୀ ଯୋଜନାର ବାଟମାରଣା ମଧ୍ୟ କରୁଛନ୍ତି । ଏ ଦିଗରେ ସ୍ଥାନୀୟ ସୁପରଭାଇଜର ମମତା ରାଉତ କୁଂହନ୍ତି ଅନେକ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଟଙ୍କା ବ୍ଲକରେ ପଡି ରହିଥିବାବେଳେ ଜାଗା ସମସ୍ୟା ଓ ବିଭିନ୍ନ କାରଣ ନେଇ ଗୃହ ନିର୍ମାଣ ହୋଇପାରୁନାହିଁ । ଏନେଇ ଉଚ୍ଚଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ଖୁବ ଶୀଘ୍ର ଘର କାର୍ଯ୍ୟ ଆରମ୍ଭ ହେବ ବୋଲି ସୁପରଭାଇଜର ଶ୍ରୀମତୀରାଉତ ପ୍ରକାଶ କରିଛନ୍ତି

Leave A Reply