Odisha news

ସୁନା କାରିଗର ସ୍କୁଟି ଡିକି ଭାଙ୍ଗି ଲକ୍ଷାଧିକ ସୁନା ଅଳଙ୍କାର ଲୁଟ

0
ଦୋବଲ,ତା୧୫/୪ : ଆଜି ସଂଧ୍ୟାରେ ଜନଗହଳି ସ୍ଥାନ ଦୋବଲ ବଜାରରେ ଜଣେ ସୁନା କାରିଗରଙ୍କ ସ୍କୁଟି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି। ସୂଚନା ଥାଉକି ଉକ୍ତ ସ୍ଥାନରେ ତିନି ମାସ ତଳେ ଜଣେ ସୁନା ଦୋକାନିଙ୍କ ମୋଟର ସାଇକେଲ ଡିକି ଭାଙ୍ଗି ସୁନା ଲୁଟ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ପୁଣି ଏପରି ଘଟଣା ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ ଦୋବଲ ବଜାରର ମଧ୍ୟ ସ୍ଥଳି ଥିବା ଦିବେଦୀ ଜୁଏଲଲାରୀର ମାଲିକ ନୃସିଂହ ମହାରଣା ଜଣେ ସୁନା ଅଳଙ୍କାର କାରୀଗର। ଆଜି ସଂଧ୍ୟା ୭,୩୦ ରେ ନିଜର ଦୋକାନ ବନ୍ଦ କରି ନିଜ ସ୍କୁଟି ଓଡି ୨୨ ବି ୫୭୦୪ ରେ ମରାମତି କରିଥିବା ସୁନା ଅଳଂକାରକୁ ଡିକିରେ ରଖି ପାଖ ଦୋକାନ କିଟି ବଜାରରେ କିଛି ସାମଗ୍ରି କିଣି ବାକୁ ଯିବା ବେଳେ ଜୈନିକ ଯୁବକ ଡିକି ଭାଙ୍ଗି ରଖିଥିବା ସୁନା ଅଳଙ୍କାର ଲୁଟି ନେଇ ଥିଲା ଯାହାକି ସି ସି ଟିଭି ରେ ଜଣା ପଡ଼ିଥିଲା । ଏ ସଂପ୍ରକରେ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ର ଛାନ୍ ଭିନ ଆରମ୍ଭ କରିଛି।
Leave A Reply