Odisha news

ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖାର କାର୍ଯ୍ୟକାରିଣୀ ଚୟନ ବୈଠକ

0

ଢେଙ୍କାନାଳ ,୨୭ ।୧୨ : ଆପ ଢେଙ୍କାନାଳ ଶାଖାରଜିଲ୍ଲା କାର୍ଯ୍ୟକାରିଣୀ ଚୟନ ପ୍ରକ୍ରିୟା ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କିଛି ନୂତନ ବ୍ୟକ୍ତି ସଦସ୍ୟତା ଗ୍ରହଣ କରିଥିବା ବେଳେ ପ୍ରାଥମିକ ସ୍ତରରେ ୧୧ଜଣଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ତଥା ଶୃଙ୍ଖଳା କମିଟିରେ ଚୟନ କରାଯାଇଛି ବୋଲି ଜିଲ୍ଲା ଆବାହକ ସୂଚନା ଦେଇଛନ୍ତି । ଏହି କମିଟିରେ ଜିଲ୍ଲା ଆବାହକ ପଙ୍କଜ ନାୟକ,ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ,କୋଷାଧ୍ୟକ୍ଷ ଚକ୍ରଧର ତରାଇ, ମହିଳା ମୋର୍ଚ୍ଚା ସଭାପତି ପ୍ରିୟଦର୍ଶିନୀ ମହାପାତ୍ର,ଲିଗାଲ ସେଲ ସଭାପତି ରଂଜନ କୁମାର ମିଶ୍ର, ମିଡିଆ ପ୍ରମୂଖ ଭୋଜରାଜ ସାହୁ, ଛାତ୍ର ପ୍ରମୂଖ ବିଶ୍ୱଜିତ ବରାଳ, ହିନେ୍ଦାଳ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ସୈନିକ ମହେଶ୍ୱର ମହାନ୍ତି, ଓଡାପଡା ବ୍ଳକ ସଂଯୋଜକ ରମେଶ ପଣ୍ଡା ପ୍ରମୂଖ ରହିଛନ୍ତି । ଭବିଷ୍ୟତରେ ଦରକାର ବେଳେ ଏହି କାର୍ଯ୍ୟକାରିଣୀ ତଥା ଶୃଙ୍ଖଳା କମିଟିକୁ ସମ୍ପ୍ରସାରଣ କରାଯିବ । ଜିଲ୍ଲା ଆବାହକ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ବାନ ଅଂଚଳରେ ପାର୍ଟିକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମ୍ପାଦକ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ରିପୋର୍ଟ ତଲବକରି ତୃଣମୂଳ ସ୍ତରରେ ସମଭାବପୂର୍ଣ୍ଣ ଲୋକମାନଙ୍କୁ ପାର୍ଟିରେ ଯୋଡିବା ପାଇଁ ଗୁରୁତ୍ୱ ଦେଇଥିଲେ । ଶେଷରେ ନଗର ସଭାପତି ରଘୁନାଥ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply