ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପ୍ରଥମ ରାଜକୀୟ ଯାତ୍ରା ଅବସରରେ ଆମେରିକାରେ ହିନ୍ଦୁ ଧର୍ମର ଅନୁଗାମୀ ଙ୍କ ପାଇଁ ଆସିଛି ଖୁସି ଖବର ଆସିଛି l ସେଠାରେ ପେନ୍ସିଲବେନିଆ ପରେ ଆଉ ଗୋଟିଏ ଆମେରିକୀୟ ରାଜ୍ୟରେ ଭାରତୀୟ ପର୍ବ ଦୀପାବଳୀ ର ଶୁଭ ଅବସରରେ ସ୍କୁଲ ଛୁଟି କରାଯିବାର ବିଧେୟକ ପାରିତ ହୋଇଛି l ଯାହାର ପରିଣାମ ସ୍ୱରୂପ ବର୍ତମାନ ଆମେରିକାର ସବୁଠୁ ବଡ଼ ସହର ନ୍ୟୁୟର୍କ ରେ ଦୀପାବଳୀ ଅବସରରେ ଛୁଟି ପ୍ରଦାନ କରାଯିବ l ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ନ୍ୟୁୟର୍କ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ଭାରତର ସବୁଠୁ ବଡ଼ ପର୍ବ ଦୀପାବଳୀ ଅବସରରେ ଛୁଟି ଘୋଷଣା କରାଯାଇଛି l ସେଥିପାଇଁ ଏହି ବିଧେୟକ କୁ ଗଭର୍ନର ଙ୍କ ନିକଟକୁ ପଠା ଯାଇଥିଲା l ଏହାପରେ ନ୍ୟୁୟର୍କ ରେ ଦୀପାବଳୀ ରେ ଅଧିକାରିକ ଭାବରେ ଛୁଟି ଘୋଷଣା କରାଯିବ ବୋଲି ନିଷ୍ପତି ନିଆଯାଇଛି l
ଦୀପାବଳୀ ରେ ଛୁଟି ହେବ ଦ୍ୱାରା ସବୁଠୁ ଅଧିକ ଲାଭ ନ୍ୟୁୟର୍କ ରେ ରହୂଥିବା ହଜାର ହଜାର ଭାରତୀୟ ଙ୍କୁ ହେବ l ଯେଉଁଥିରେ ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକେ ଶାମିଲ ରହିଛନ୍ତି l ଦି ଟାଇମ୍ସ ଅଫ ଇଣ୍ଡିଆ ର ରିପୋର୍ଟ ରେ କୁହାଯାଇଛି ଯେ ଯଦି ଦୀପାବଳୀ ଦିବସ ଅଧିନିୟମ ଉପରେ ରାଷ୍ଟ୍ରପତି ଙ୍କ ହସ୍ତାକ୍ଷର କରାଗଲା, ତେବେ ଦ୍ୱୀପବାଲିପର୍ବ ଆମେରିକାରେ ୧୨ତମ ସଂଘୀୟ ମାନ୍ୟତା ପ୍ରାପ୍ତ ଅବକାଶ ହୋଇଯିବ l