Odisha news

ମୋଦୀ ଙ୍କୁ ଷ୍ଟେଟ ଡିନର ରେ ପରସା ଯାଇଥିବା ‘ପଟେଲ ୱାଇନ’ , ଏହି ୱାଇନ ପଛରେ କିଏ ସେହି ଗୁଜୁରାଟୀ ! 

0
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଇଥିବା ବେଳେ ରବିବାର ଦିନ ତାଙ୍କ ସମ୍ମାନାର୍ଥେ ହ୍ୱାଇଟ ହାଉସ ରେ ଷ୍ଟେଟ ଡିନର ର ଆୟୋଜନ କରାଯାଇ ଥିଲା l ଏହି ସମୟରେ ହ୍ୱାଇଟ ହାଉସ ରେ ସବୁ ଅତିଥି ମାନଙ୍କୁ ଶୁଦ୍ଧ ସାକାହାରୀ ଭୋଜନ ପରସ ଯାଇଥିଲା l ଏହା ସହିତ ଅତିଥି ମାନଙ୍କ ପାଇଁ ଡିନର ରେ ‘ପଟେଲ ରେଡ ବ୍ଲେଣ୍ଡ 2019 ନାମକ ୱାଇନ ପରସା ଯାଇଥିଲା l ଏହି ‘ପଟେଲ ୱାଇନ’ ର ମାଲିକ ହେଉଛନ୍ତି ରାଜ ପଟେଲ, ଯିଏକି ଗୁଜୁରାଟ ରୁ ଆମେରିକା ରେ ଯାଇ ସେଠାରେ ୱାଇନାରୀ ର ଆରମ୍ଭ କରିଥିଲେ l ସେ ୧୯୭୨ ରେ ଆମେରିକା ଯାଇଥିଲେ, ସେ ଆମେରିକାରେ ପ୍ରଥମ ପଟେଲ ପରିବାର ଥିଲେ l
କିଭଳି ମିଳିଥିଲା ୱାଇନ ପ୍ରସ୍ତୁତ କରିବାର ପ୍ରେରଣା –
ଇଣ୍ଡିଆ ଟୁଡ଼େ ସହିତ ବିଶେଷ ସାକ୍ଷାତକାର ଦେଇ କହିଥିଲେ ଯେ ପ୍ରାରମ୍ଭିକ ଦିନରେ ସେ ଯେତେବେଳେ ରବର୍ଟ ମଂଡବି ୱାଇନାରୀ ସହିତ ଈଂଟର୍ନସିପ କରୁଥିଲେ, ତାଙ୍କର ସାକ୍ଷାତ ରବର୍ଟ ମାଣ୍ଡବୀ ଙ୍କ ସହିତ ହୋଇଥିଲା l ସେହିଁ ରାଜ ପଟେଲ ଙ୍କୁ କହିଥିଲେ ତମକୁ ୱାଇନ ବ୍ୟବସାୟ କରିବା ଜରୁରୀ l ଏହାପରେ ସେ ୨୦୦୭ ରେ ପ୍ରଥମ ଥର ବିଣ୍ଟଜ ୱାଇନ ପ୍ରସ୍ତୁତ କରିଥିଲେ l ଆରମ୍ଭରେ ୧୦୦ କେଶ ର ପ୍ରଡକ୍ସନ ବାହାରୁ ଥିଲା, କିନ୍ତୁ ବର୍ତମାନ ୧୨୦୦ କେଶ ବାହାରୁଛି l
ଇଣ୍ଡିଆ ଟୁଡ଼େ ସହିତ ବିଶେଷ ସାକ୍ଷାତକାର ରେ ରାଜ ପଟେଲ କହିଥିଲେ ମୁଁ ଏଭଳି ୱାଇନ ପ୍ରସ୍ତୁତ କରିବାକୁ ଚାହୁଁଥିଲି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ସହିତ ରୁଚିମନ୍ତ ହେବ l ତେଣୁ ମୁଁ ଆମେରିକୀୟ ମାନଙ୍କ ଟେଷ୍ଟ ହିସାବରେ ୱାଇନ ପ୍ରସ୍ତୁତ କରିବା ଆରମ୍ଭ କରିଥିଲି l କିନ୍ତୁ କିଛି ବର୍ଷ ପରେ ଭାରତୀୟ ମାନେ ମଧ୍ୟ ଏହି ୱାଇନ କୁ ପସନ୍ଦ କରିଥିଲେ l
ହ୍ୱାଇଟ ହାଉସ ରେ ରାଜ ପଟେଲ ଙ୍କ ୱାଇନ ପରସl ଯିବାକୁ ନେଇ କହିଥିଲେ ଯେ ଆମର ଲକ୍ଷ ହେଉଛି ଆମ ୱାଇନର ସ୍ୱାଦକୁ ସମସ୍ତେ ପାଇ ପରନ୍ତୁ l ହ୍ୱାଇଟ ହାଉସ ରେ ଆମ ୱାଇନ କୁ ପରସା ଯିବାର ସୌଭାଗ୍ୟ ମିଳିଛି l ତାଙ୍କୁ ଇଣ୍ଡିଆ ଟୁଡ଼େ ପକ୍ଷରୁ ପଚରା ଯାଇଥିଲା ଯେ କଣ ଭାରତୀୟ ମାନେ ଏହି ୱାଇନ ର ସ୍ୱାଦ ପାଇ ପାରିବେ ଏହାର ଉତ୍ତର ରେ ରାଜ କହିଥିଲେ ଯେ କିଛି ଦେଶ କୁ ୱାଇନ ଏକ୍ସପର୍ଟ କରିବା ଖୁବ ବ୍ୟୟବହୁଳ ହୋଇଥାଏ, ସେଥିରେ ଭାରତ ସାମିଲ ରହିଛି l
IEC 2 years
Leave A Reply