Odisha news

ଆସୁଛି ଦୀପାବଳୀ : ମା ଲକ୍ଷ୍ମୀଙ୍କୁ ଏହିସବୁ ଜିନିଷ ଅର୍ପଣ କରନ୍ତୁ , ବଦଳିଯିବ ଭାଗ୍ୟ 

ହିନ୍ଦୁ ଧର୍ମରେ ଦୀପାବଳୀ ଗୋଟିଏ ମହତ୍ତ୍ବପୂର୍ଣ୍ଣ ପର୍ବ ଅଟେ । କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ଦିନ ପଡିଥାଏ । ଚଳିତ ବର୍ଷ ନଭେମ୍ବର ୪ ତାରିଖରେ ଦୀପାବଳୀ ପଡ଼ୁଚି । ଦୀପାବଳୀ ଦିନ ମା ଲକ୍ଷ୍ମୀ ଓ ଭଗବାନ୍ ଗଣେଷଙ୍କ ର ବିଧି ବିଧାନ ଭାବରେ ପୂଜା କରାଯାଇଥାଏ । ଗଣେଶ ଓ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଘରର ସୁଖ ସମୃଦ୍ଧି ବୃଦ୍ଧି କରାଇ ଥାଏ ।
* ଲକ୍ଷ୍ମୀ ପୂଜା ପାଇଁ ଶୁଭ ମୂହୁର୍ତ୍ତ ସାନ୍ଧ୍ୟ ୬ଟା ୯ ମିନିଟ୍ ରୁ ରାତି ୮ଟା ୨୦ ମିନିଟ ପର୍ଯ୍ୟନ୍ତ ଅଟେ । ଏହି ଅବଧି ୧ଘଣ୍ଟା ୫୫ ମିନିଟ୍ ଅଟେ ।
* ଏହିଦିନ ମାତା ଲକ୍ଷ୍ମୀଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରିବା ଉଚିତ୍ । ମାନ୍ୟତା ରହିଛି ଏହାଦ୍ବାରା ସୁଖ ସମୃଦ୍ଧି ଘରକୁ ଆସିଥାଏ ।
* ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ । ତେଣୁ ତାଙ୍କର ପୂଜା ଦୀପାବଳୀ ଦିନ କଲେ ଜୀବନ ରୁ ସମସ୍ତ ଅସୁବିଧା ଦୁର ହେବା ସହ ପାପ କ୍ଷୟ ହୋଇଥାଏ ।
* ଦୀପାବଳୀ ଦିନ ଲକ୍ଷ୍ମୀ ଓ ଗଣେଶଙ୍କ ନିକଟରେ ପଦ୍ମ ଫୁଲ ଅର୍ପଣ କରିବା ଉଚିତ୍ । କାରଣ ଏହା ଦ୍ଵାରା ଜୀବନରୁ ସମସ୍ତ ବିପଦ ଦୁର ହୋଇଥାଏ ।
* ମା ଲକ୍ଷ୍ମୀଙ୍କୁ ଦୀପାବଳୀ ଦିନ ପ୍ରାସାଦରେ ଶ୍ରିଫଳ ନିହାତି ଅର୍ପଣ କରିବା ଉଚିତ୍ । କାରଣ ଏହା ଜୀବନରୁ ନକାରାତ୍ମକ ଶକ୍ତି କୁ ଦୂରେଇ ଥାଏ ।
* ଦୀପାବଳୀ ଦିନ ଆଖୁ ଭୋଗ ଭାବରେ ଅର୍ପଣ କରିବା ନିହାତି ଆବଶ୍ୟକ । ଏହା ଜୀବନରେ ମଧୁରତା ଭରିଥାଏ ।

Comments are closed.