ଆଗକୁ ଆଲୋକର ପର୍ବ ଦୀପାବଳୀ ଆସୁଛି l ଦୀପାବଳୀ ପୂର୍ବରୁ ଆମେ ବିଶେଷ ଭାବରେ ଘରକୁ ସଫା ସୁତୁରା କରିଥାଉ l ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀ ଘର ସଫା ରହିବା ଦ୍ୱରା ପ୍ରସନ୍ନ ହୋଇ ଥାଆନ୍ତି l ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏଭଳି କିଛି ସ୍ଥାନ ରହିଛି ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ, ଏହି ସ୍ଥାନ ଗୁଡିକ ସୁଖ ସମୃଦ୍ଧି ରେ ପୂର୍ଣ୍ଣ ହୋଇଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଠାରେ ଲକ୍ଷ୍ମୀ ବାସ କରନ୍ତି । ତେଣୁ ଏହି ସ୍ଥାନ ଟିକୁ ସର୍ବଦା ସଫା ସୁତୁରା ରଖିବା ଉଚିତ୍ ।
* ଘରର ଐଶାଣ୍ୟ କୋଣରେ କଦାପି କୌଣସି ଅଯଥା ଜିନିଷ ରଖିବା ଉଚିତ୍ ନୁହେଁ । ଏପରି କଲେ ସୁଖ ସମୃଦ୍ଧି ରେ ବାଧା ଉପୁଜି ଥାଏ ।
* ଘରର ମଝି ସ୍ଥାନ ଟି ହେଉଛି ବ୍ରହ୍ମା ସ୍ଥାନ । ଘରର ଏହି ଭାଗତିକୁ ସବୁ ବେଳେ ଖୋଲା ଛାଡ଼ିବା ଜରୁରୀ । ଏହି ସ୍ଥାନ ଟିକୁ ଖୋଲା ଛାଡ଼ିଲେ ଜୀବନ ର ବାଧା ବିଘ୍ନ ଦୁର ହୋଇଥାଏ ଓ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ ।
* ଦୀପାବଳୀ ରେ ଘରର ପୂର୍ବ ଦିଗ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ । ଏହି ଦିଗରେ କୌଣସି ପ୍ରକାରର ଅଳିଆ ଆବର୍ଜନା ରଖିବେ ନାହିଁ । ଯଦି ଅପରିଷ୍କାର ରହିବ ତେବେ ଲକ୍ଷ୍ମୀଙ୍କ ଆସିବାରେ ବାଧା ଉପୁଜି ଥାଏ ।
