Odisha news

‘ଆଓନେକ୍ସଟ୍’ ଫିଲ୍ମ ‘ଫୋର୍’କୁ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଙ୍ଗ୍ ଆୱାର୍ଡ ୨୦୨୨

0

ଭୁବନେଶ୍ୱର: ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ର ଏକ ମୂଳ ଚଳଚିତ୍ର ‘ଫୋର୍’ ଗତ ସେପ୍ଟେମ୍ବର ୩୦ ତାରିଖରେ ‘ବେଷ୍ଟ୍ ଡାଇରେକ୍ଟର’ ଓ ‘ବେଷ୍ଟ୍ ସ୍କ୍ରିନ୍ପ୍ଲେ ରାଇଟର୍’ ବର୍ଗରେ ଭାରତୀୟ ଟେଲି ଷ୍ଟ୍ରିମିଙ୍ଗ୍ ଆୱାର୍ଡସ୍ ୨୦୨୨ ଜିତିଛି । ଅଭିଶେକ ସ୍ୱାଇଁଙ୍କୁ ‘ବେଷ୍ଟ୍ ଡାଇରେକ୍ଟର’ ଏବଂ ଅଭିଶେକ ସ୍ୱାଇଁ ଓ ଶୁଭଶ୍ରୀ ପଟ୍ଟନାୟକଙ୍କୁ ମିଳିତ ଭାବେ ବେଷ୍ଟ୍ ସ୍କ୍ରିନ୍ପ୍ଲେ ରାଇଟର୍ ଭାବେ ସମ୍ମାନିତ କରାଯାଇଛି । ଏହି ଚଳଚିତ୍ର ହେଉଛି ଅସାଧାରଣ ଓ ସ୍ୱତନ୍ତ୍ର ବିଷୟବସ୍ତୁ ସହ ଭିନ୍ନ କାହାଣୀଗୁଡିକର ଏକ ସଂଗ୍ରହ । ଏହା ହେଉଛି ୮ ଜଣ ଲୋକଙ୍କ ରହସ୍ୟମୟ ଯାତ୍ରାର କାହାଣୀ ଯେଉଁଠାରେ ରହସ୍ୟ ଓ ଅପରାଧ ଧିରେ ଧିରେ ଗମ୍ଭୀର ହେବାକୁ ଲାଗିଥାଏ ।

ଏହି ସଫଳତା ଉପରେ ‘ଆଓ ନେକ୍ସଟ୍’ର ପ୍ରତିଷ୍ଠାତା ଓ ସିଇଓ କୌଶିକ୍ ଦାସ କହିଛନ୍ତି, ‘ ଏକ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ଲାଟ୍ଫର୍ମ ଭାବେ ଆମେ ଆମ ଦର୍ଶକଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତର ସହ ମେଳ ଖାଇବାକୁ ଚେଷ୍ଟା କରିଛୁ । ଦର୍ଶକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆମେ ସଫଳ ହୋଇଛୁ । ଫୋର୍’ର ସମସ୍ତ ଟିମ୍କୁ ଚମକ୍ରାର ପ୍ରଦର୍ଶନ ପାଇଁ ଧନ୍ୟବାଦ ।’
ଅନ୍ୟପକ୍ଷରେ ‘ଆଓନେକ୍ସଟ୍’ର ସହପ୍ରତିଷ୍ଠାତା ଓ ସିଏଫ୍ଓ ରାମ ପଟ୍ଟନାୟକ କହିଛନ୍ତି, ‘ ଅଭିଶେକ ଓ ଶୁଭଶ୍ରୀ ନିଜର ଉଦ୍ୟମ ବଳରେ ‘ଫୋର୍’କୁ ଏକ ନୂତନ ସ୍ତରକୁ ନେଇଛନ୍ତି ଯାହା ଦର୍ଶକଙ୍କ ଆଶାକୁ ପୂରଣ କରୁଛି ।

ଓଲିଉଡ୍ ନିଶ୍ଚିତ ଭାବେ ଏହିଭଳି କାର୍ଯ୍ୟ ଗୁଣବତା ମାଧ୍ୟମରେ ସମୃଦ୍ଧ ହୋଇଛି ଏବଂ ଆଓନେକ୍ସଟ’ ଏହି ବିରାସତକୁ ଆଗକୁ ବଢାଇବାକୁ ଲକ୍ଷ୍ୟ ରଖିଛି । ଫୋର୍’ର ଚମକ୍ରାର ସଫଳତା ପରେ ମୁଁ ଓ କୌଶିକ୍ ବିସ୍ତୃତ ପହଂଚ ଲାଗି ଫିଲ୍ମ ପାଇଁ ଆଇପିଆର୍ର ହିନ୍ଦୀ, ବଙ୍ଗାଳୀ ଓ ମାଲାୟଲମ୍ ଭର୍ସନରେ ଲାଇସେନ୍ସ ପାଇବା ପାଇଁ ଅପେକ୍ଷା କରିଛୁ ।’

Leave A Reply