Odisha news

ରୁଷ – କ୍ରିମିୟା କୁ ଯୋଡ଼ୁଥିବା ପୋଲ କୁ ଆକ୍ରମଣ କଲା ୟୁକ୍ରେନ

0

ନୂଆଦିଲ୍ଲୀ : ରୁଷ ରୁ କ୍ରିମିୟା କୁ ଯୋଡ଼ୁଥିବା ପୋଲ ଉପରେ ଶନିବାର ଦିନ ନିଆଁ ଜଳି ଉଠିଥିଲା l ଏହାପରେ ପୋଲ ଟି ର ଗୋଟିଏ ପାର୍ଶ୍ୱ ଭାଙ୍ଗି ଗଳି ପଡିଥିଲା l ରୁଷ ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଗୋଟିଏ ଟ୍ରକ ରେ ରଖା ଯାଇଥିବା ବମ ଦ୍ୱାରା ଏହି ବିସ୍ଫୋଟ ହୋଇଥିଲା, ଯାହାପରେ ନିଆଁ ଜଳି ଉଠିଥିଲା l ଏହି ଘଟଣାର କିଛି ସମୟ ପୂର୍ବରୁ ୟୁକ୍ରେନ ର ଖାରକିବ ଉପରେ ଅନେକ ଶକ୍ତିଶାଳୀ ବିସ୍ଫୋଟ କରାଯାଇ ଥିଲା l

ରୁଷ ର ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧ ସମିତି ପକ୍ଷରୁ କୁହାଯାଇଛି ଯେ ପୋଲ ଉପରେ ନିଆଁ ଜଳିବା ବାର କାର୍ଗୋ ଟ୍ରେନ ର ଡବା ରେ ନିଆଁ ଲାଗି ଯାଇଥିଲା l ଏହା ପୂର୍ବରୁ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇ ଥିଲା ଯେ ଇନ୍ଧନ ଭଣ୍ଡାରରେ ନିଆଁ ଲାଗିବା ଦ୍ୱାରା ଏଭଳି ଘଟି ଥିଲା l ପୂର୍ବ ୟୁକ୍ରେନ ରେ ଖାରକିବ  ସହରରେ ବିସ୍ଫୋରଣ ହେବାର କିଛି ସମୟ ପରେ ଏହି ବିସ୍ଫୋରଣ ଘଟି ଥିଲା l ୟୁକ୍ରେନ ଓ ରୁଷ ମଧ୍ୟରେ ଜାରୀ ରହିଥିବା ଯୁଦ୍ଧ ସମୟରେ ପୁଟିନ ବୁଧବାର ଦିନ ୟୁକ୍ରେନ ର କିଛିଟା ଅଞ୍ଚଳ କୁ ନିଜ ଅଧିକାର କୁ ନେବା ପାଇଁ ହସ୍ତାକ୍ଷର କରିଥିଲେ l

Nalco
Leave A Reply