ଅନୁଗୁଳ: ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଗଦାଧର ମିଶ୍ରଙ୍କ ସୁପୁତ୍ରୀ ଦଧିଚି ସମାନରେ ଭୂଷିତ ସୁଶ୍ରୀ ଶୈଳବାଳା ମିଶ୍ର ନିଜର ଦୁଇଟି ଅଭୁଲା ସ୍ମୃତିକୁ ଉଦ୍ୟିବିତ ରଖିବା ପାଇଁ ଅନୁଗୁଳର ତାମ୍ରିତ କଲୋନୀସ୍ଥିତ ଜରାଶ୍ରମରେ ଚାଉଳ, ଡାଲି, ତେଲ, ଆଳୁ, ସାବୁନ ଓ ବିସ୍କୁଟ ପ୍ରଦାନ କରିଥିଲେ । ଏହି ଦିନରେ ନୂଆ ଜୀବନ ଦାନ ପାଇଥିଲେ ଦିଲ୍ଲିସ୍ଥିତ ଏମ୍ସ ହସ୍ପିଟାଲରେ ଖୋଲା ହୃଦୟ ଅସ୍ତ୍ର ପ୍ରଚାର ଓ ସେହି ଦିନରେ ନିଜର ଶରୀର ଦାନ ୩ ବର୍ଷ ପୂର୍ବେ କରିଥିଲେ ।
ଜରାଶ୍ରମର ପ୍ରତିଷ୍ଠାତା ତଥା ପରିଚାଳକ ବସନ୍ତ ଚନ୍ଦ୍ର ପଟେଲଙ୍କ ସହିତ ଭଲ ମନ୍ଦ ଆଲୋଚନା କରିଥିଲେ । ତାଙ୍କର ସମାଜ ସେବା ମନୋବୃତିରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ସାହାଯ୍ୟ ଓ ସହଯୋଗ କରିଥିଲେ ଦୁଇ ଯୁବକ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ଯୁବ ସଭାପତି ଦୁଷ୍ମନ୍ତ ବେହେରା ଓ ଡାକ୍ତର ସନତ ନଳୀନ ରାୟ ।
ସମସ୍ତେ କରୋନା ମହାମାରୀ ସମୟରେ ସବୁବେଳେ ମିଳିତ ଭାବେ ଲୋକଙ୍କ ପାଖରେ ନିଜ ସାମର୍ଥ୍ୟରେ ସାହାଯ୍ୟ କରିବା ସହିତ ଲୋକଙ୍କୁ ସଚେତନ କରୁଥିଲେ ସାମାଜିକ ଦୂରତ୍ୱ ଓ ପରିସ୍କାର ପରିଚ୍ଛନ୍ନତା ହିଁ ଏହି ରୋଗ ଦାଉରୁ ରକ୍ଷା କରିପାରିବ । କରୋନା ମହାମାରୀ ଔଷଧ ନ ବାହାରିଲେ ମଧ୍ୟ ସତର୍କତା ହିଁ ଏହାକୁ କ୍ଷତି କରିବା ଆଗରୁ ପ୍ରତିବନ୍ଧକ ସାଜି ପାରିବା ।