Odisha news

ଦୁର୍ଗମ ଅଚଂଳରେ ଲାଗିଲା କରୋନା ସମ୍ପର୍କୀତ ସଚେତନତା ପୋଷ୍ଟର :ସାଥି ପରିବାର ତରଫରୁ କରୋନା ସମ୍ପର୍କୀତ ସଚେତନତା ଅଭିଯାନ

0

ବନ୍ତଳା: ଅନୁଗୁଳ ଜିଲ୍ଲା ମାଣିକଯୋଡି ପଚାଂୟତର ଦୁର୍ଗମ ସିଟିକୋଇଲି ଗାଁରେ ସାଥି ପରିବାର ତରଫରୁ କରୋନା ସଂକ୍ରମଣ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡ ଲାଇନ ଅନୁଯାୟୀ ସାମାଜିକ ଦୂରତା, ମାସ୍କ କିମ୍ବା ସଫା କପଡା ବ୍ୟବହାର, ଜନଗହଳି ଠାରୁ ଦୁରେଇ ରହିବା ଏବଂ ପରିସ୍କାର ପରିଚ୍ଛନ୍ନକୁ ଦର୍ଶା ଯାଇ ସିଟିକୋଇଲି ବନ ସୁରକ୍ଷା ସମିତି ସଭାଗୃହ କାନ୍ଥରେ ଅନୁଷ୍ଠାନ ତରଫରୁ ଏକ ସଚେତନତା ପୋଷ୍ଟର ଲଗାଯାଇଥିଲା ।

ଅନୁଷ୍ଠାନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ପ୍ରତି ଘରକୁ ବୁଲି ବୁଲି ଲୋକଙ୍କୁ ସଚେତନ କରାଯାଇଥିଲା । ଅନ୍ୟ ରାଜ୍ୟରୁ ଫେରୁଥିବା ଗାଁ ଯୁବକ ଯୁବତୀଙ୍କୁ ଏକାନ୍ତବାସରେ ରହିବା ଏବଂ ଏ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀ ୟସରପଚଂ ଓ ପ୍ରଶାସନକୁ ଦେବା ପାଇଁ ଲୋକଙ୍କୁ ବୁଝାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଦୁର୍ଗମ ଅଚଂଳ ଗୁଡିକରେ କରୋନା ସମ୍ପର୍କୀତ ସଚେତନତା ପୋଷ୍ଟର ଲଗାଯିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।

Govt
Leave A Reply