Odisha news

ଡାକ୍ତରଙ୍କ ବିରୁଦ୍ଧରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅସଦାଚରଣ ଅଭିଯୋଗ : ଥାନାରେ ମାମଲା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କାର୍ଯ୍ୟରତ ଡାକ୍ତର ଜନୈକା ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଅସଦାଚରଣ କରିଥିବା ନେଇ ଖମାର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଓଡିଶା ଏବେ ମହାମାରୀ କରୋନାକୁ ନେଇ ଯୁଦ୍ଧ କରୁଥିବା ବେଳେ ଡାକ୍ତର ଭରତ ଭୂଷଣ ଜେନାଙ୍କ ନାମରେ ଆସିଥିବା ଅଭିଯୋଗ ଏକ ସମ୍ବେଦନଶୀଳ ହୋଇପଡିଛି । ଖବରରୁ ଜଣାଯାଇଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ସମୟରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନଆରସି ବିଭାଗ (ପୃଷ୍ଟି ସାଧନ କେନ୍ଦ୍ର)ରେ ନିଜର ଡ୍ୟୁଟି କରିବା ପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁଟୁ ବେହେରା ପହଁଚି ଥିଲେ ।

ତେବେ ପୂର୍ବରୁ ଡ୍ୟୁଟି ରେ ଥିବା କାର୍ଯ୍ୟରତ ଡାକ୍ତର ଭରତ ଭୂଷଣ ଜେନା କୋ÷ଣସି କଥାକୁ ନେଇ ଉଭୟ ଡାକ୍ତର ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ତେବେ ମହିଳା ସ୍ୱାସ୍ଥ୍ୟକର୍ମୀ ଲିଖିତ ଅଭିଯୋଗ କରିଛନ୍ତି । ଡାକ୍ତର ଉତ୍କ୍ଷିପ୍ତ ହୋଇ ତାଙ୍କୁ ମାଡ ମାରିବା ସହ ଅସଦାଚରଣ କରିଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କ ଚିକ୍ରାର ଶୁଣି ଅନ୍ୟ ଏକ ରୁମରେ ଅନ୍ୟ ଜଣେ କାର୍ଯ୍ୟରତ ମହିଳା କର୍ମୀ ବନବାସୀ ସାହୁ ଘଟଣା ସ୍ଥଳକୁ ଦୋ÷ଡି ଆସି ଛଡାଇଥିଲେ । ମାତ୍ର ସଫଳ ହୋଇନଥିଲେ ।

କିଛି ସମୟ ପରେ ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ । ଡାକ୍ତର ଓ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳର କୋ÷ଣସି ସମାଧାନ ନ ହେବାରୁ ଏ ନେଇ ଅପରାହ୍ନ ୩ ଘଟିକା ସମୟରେ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁଟୁ ବେହେରା ଖମାର ଥାନାରେ ଡାକ୍ତର ଭରତ ଭୂଷଣ ଜେନାଙ୍କ ନାମରେ ମାଡ ମାରିବା ସହ ଅସଦାଚରଣ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ତାଙ୍କ ପ୍ରତି ହୋଇଥିବା ଘଟଣାରେ ନ୍ୟାୟ ପାଇଁ ଦାବୀ କରିଥିବା ବେଳେ ଅନ୍ୟ ପଟେ ଡାକ୍ତର ଭରତ ଭୂଷଣ ଜେନା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ଉଦେ୍ଦଶ୍ୟ ମୂଳକ ବୋଲି ସଫେଇ ଦେଇଛନ୍ତି । ସେ ପଟେ ଗତକାଲି ସନ୍ଧ୍ୟା ସୁଦ୍ଧା ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ପାରିନାହିଁ ।

ସୂଚନା ଥାଉ କି ଉକ୍ତ ଡାକ୍ତର ଭରତ ଭୂଷଣ ଜେନା ପୂର୍ବରୁ ଅନେକ ଥର ବିଭାଗର କର୍ମଚାରୀ ଏଭଳି କି ରୋଗୀଙ୍କର ସମ୍ପର୍କୀୟ ମାନଙ୍କୁ ମାଡ ମାରି ଚର୍ଚାରେ ରହି ଆସିଛନ୍ତି । ତେବେ ଏହି ଘଟଣାରେ ତଦନ୍ତ କରି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନ୍ୟାୟ ଦେବାରେ କେତେ ସଫଳ ହୋଇଛନ୍ତି ପୁଲିସ ଅଧିକାରୀ ତାହା ଆଗାମୀ ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply