Odisha news

୧ମ ରୁ ୮ମ ଶ୍ରେଣୀ ସବୁ ପିଲା ପାସ୍ – ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ

0

ଭୁବନେଶ୍ୱର ,୧୫ ମଇ – କରୋନା କଟକଣା ପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍ ହେବେ । ସେହିପରି ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କୁ ସର୍ତମୂଳକ ପାସ୍ କରିବାକୁ ନିଷ୍ପତି ନେଇଛି ବିଭାଗ । ଯେଉଁ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  କୋଭିଡ୍-୧୯ ପରିସ୍ଥିତିରେ ଲକ୍ ଡାଉନ୍ ଯୋଗୁଁ ୨୦୧୯-୨୦ ବର୍ଷର ପରୀକ୍ଷା ଅନୁଷ୍ଠିତ ହେବା ଓ ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉସôୁକତା ରହିଥିବା ଆଜି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୩ଟି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ଓଡିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୦୧୯-୨୦ ଶିକ୍ଷା ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରବର୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରାଯାଇଛି । ସେହିପରି ଯେଉଁ ବିଦ୍ୟାଳୟଗୁଡିକରେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇସାରିଛି, ସେ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ । କିନ୍ତୁ ଯେଉଁ କ୍ଷେତ୍ରରେ ଛାତ୍ର ବା ଛାତ୍ରୀ ଜଣକ ଯଦି କୋ÷÷ଣସି ଯଥାଯଥ କାରଣବଶତଃ ଷାଣ୍ମାସିକ ପରୀକ୍ଷା ଦେଇପାରିନାହାଁନ୍ତି, ସେ କ୍ଷେତ୍ରରେ ସେମାନେ ସେହି ବର୍ଷରେ ପୂର୍ବରୁ ଦେଇଥିବା ୟୁନିଟ୍ ଟେଷ୍ଟ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ ।

Leave A Reply