ମଣିଷ ର ସୁସ୍ଥ ମସ୍ତିଷ୍କ ସବୁଠୁ ବେଶୀ ଆବଶ୍ୟକ , ଏହା ସମ୍ପୂର୍ଣ ଶରୀର କୁ ସିଧା ସଳଖ ଭାବରେ କାର୍ଯ୍ୟ କରିବା ପାଇଁ ଦକ୍ଷତା ଯୋଗାଇ ଥାଏ l ମସ୍ତିଷ୍କ ଦ୍ୱାରା କିଡ୍ନୀ, ଲିଭର ସହିତ ଅନ୍ୟ ଅର୍ଗାନ ଗୁଡିକ ଠିକ ଭାବରେ କାର୍ଯ୍ୟ କରିଥାଏ l ଯଦି ମସ୍ତିଷ୍କ କୌଣସି ପ୍ରକାରେ ଡିଷ୍ଟର୍ବ ହୋଇଯାଏ ତେବେ ଅନ୍ୟ ସମସ୍ତ ଅଙ୍ଗ ଅକାମି ହୋଇ ଯାଇଥାଏ l ମେଣ୍ଟାଲ ଡିଜିଜ ଲକ୍ଷଣ ଠିକ ସମୟରେ ଜଣା ପଡ଼ିନଥାଏ l ଅନେକ ସମୟରେ ମଣିଷ ଜାଣି ପରି ନଥାଏ ଯେଉଁ କାରଣରୁ ସେ ନିଜ ମଧ୍ୟରେ ସୀମିତ ରହି ଯାଇଥାଏ ଓ ଯାହାଦ୍ୱାରା ବ୍ୟକ୍ତିର ଜୀବନ ସଂକଟମୟ ହୋଇ ଯାଇଥାଏ l
* କେଉଁସବୁ ମେଣ୍ଟାଲ ଡିଜିଜ ଦେଖା ଯାଇଥାଏ –
– ଫୋବିୟା – ଫୋବିୟା ଗୋଟିଏ ପ୍ରକାରର ମେଣ୍ଟାଲ ଡ଼ିସଅର୍ଡର ଅଟେ l ଏହି ରୋଗ ହେବା ଦ୍ୱାରା ବ୍ୟକ୍ତିକୁ ବିଶେଷ ଭାବରେ ବିଭିନ୍ନ ଜିନିଷ କୁ ଭୟ କରିଥାଏ l ସମସ୍ତ ପରିସ୍ଥିତି କୁ ମଧ୍ୟ ଭୟ କରିଥାଏ l ତା ସହିତ ନିଜ ଚତୁର୍ପାଶ୍ୱ ରେ ଘଟୁଥିବା ଘଟଣା କୁ ନେଇ ସେ ଅନିଶ୍ଚିତ ରହିଥାଏ l
– ଡିପ୍ରେସନ – ମସ୍ତିଷ୍କ ପର୍ଯ୍ୟନ୍ତ ସନ୍ଦେଶ ପହଞ୍ଚାଇବା ପାଇଁ କିଛିଟା ନ୍ୟୁରୋଟ୍ରାନ୍ସମିଟର ରହିଥାଏ l ଏଥିରେ ସବୁଠୁ ମୁଖ୍ୟ ହେଲା ସେରେଟୋନିନ ହୋଇଥାଏ l ଏହl ମୁଡ଼ କୁ ରେଗୁଲେଟ କରିଥାଏ l ଏହା ପଚଣ୍ତନ୍ତ୍ର ପାଇଁ ମସ୍ତିଷ୍କ ପର୍ଯ୍ୟନ୍ତ ସନ୍ଦେଶ ପହଞ୍ଚାଇ ଥାଏ l ଏହାର କମି ଦ୍ୱାରା ଡିପ୍ରେସନ ସ୍ଥିତି ହୋଇପାରେ l ଶେରେଟୋନିନ ବ୍ୟତୀତ ଅନ୍ୟ ନ୍ୟୁରୋଟ୍ରାନ୍ସମିଟର ମଧ୍ୟ ମୁଖ୍ୟ କାମ କରିଥାଏ l ଏଥିରେ ଗୋଟିଏ ଡପାମାଇନ ନ୍ୟୁରୋଟ୍ରାନ୍ସମିଟର ରହିଥାଏ, ଏହା ଆମର ମିଡିଲ ବ୍ରେନ ରୁ ବାହାରିଥାଏ l ଏହାକୁ ହାପି ହର୍ମୋନ କୁହାଯାଇ ଥାଏ l ଏହାର କମି କାରଣରୁ ଡିପ୍ରେସନ ସ୍ଥିତି ବୃଦ୍ଧି ହୋଇଥାଏ l
– ଇଟିଙ୍ଗ ଡ଼ିସ ଅର୍ଡର – ଇଟିଙ୍ଗ ଡ଼ିସ ଅର୍ଡର ଗୋଟିଏ ପ୍ରକାରର ମେଣ୍ଟାଲ ଡ଼ିସ ଅର୍ଡର ହୋଇଥାଏ l ଏଥିରେ କଦାପି ବ୍ୟକ୍ତି କୁ ଅଧିକ ଭୋକ ଲାଗିଥାଏ ତ କେତେବେଳେ କଦାପି ଖାଦ୍ୟ ଖାଇବାକୁ ଇଛା କରିନଥାଏ l ଅନେକ ସମୟରେ ଭୋକ ମଧ୍ୟ ନଲାଗିବା କାରଣରୁ ଓଜନ ମଧ୍ୟ ହ୍ରାସ ହୋଇଥାଏ l
– ପର୍ଶନାଲିଟି ଡ଼ିସ ଅର୍ଡର – ପର୍ସନାଲିଟି ଡ଼ିସ ଅର୍ଡର ରେ ବ୍ୟକ୍ତି ଲୋକ ମାନଙ୍କୁ ବୁଝି ପାରିନଥାଏ l ଏହି କାରଣରୁ ସମ୍ପର୍କ ଖରାପ ହେବାକୁ ଲାଗିଥାଏ l ସୋସିଆଲ ଆକ୍ଟିଭିଟି ଖୁବ କମି ଯାଇଥାଏ l
– ମୁଡ଼ ଡ଼ିସ ଅର୍ଡର – ମୁଡ଼ ଡ଼ିସ ଅର୍ଡର ବ୍ୟକ୍ତିର ର ଇମୋସନ କୁ ପ୍ରଭାବିତ କରିଥାଏ l ଏହି ରୋଗରେ ବ୍ୟକ୍ତି ଖୁବ ଅଧିକ ଖୁସି କିମ୍ବା ଦୁଖୀ ରହିଥାଏ l ଏହି ରୋଗରେ ଗ୍ରାସିତ ହେବା ଦ୍ୱାରା ବ୍ୟକ୍ତି ଚିଡିଚିଡା ହୋଇ ଯାଇଥାଏ l