Odisha news

୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ

0

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ, ଭଣ୍ଡରଙ୍ଗୀ, ବେଲଘର, ଲଙ୍କାଗଡ, ବାରଖମା ଓ ଡାକା ପଞ୍ଚାୟତ ଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l  ଉକ୍ତ ୬ ଟି  ପଞ୍ଚାୟତର ୧୬୭୫ ଟି ଅଭାବୀ ଏବଂ ଗରିବ ପରିବାରର ଙ୍କୁ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ଉପସ୍ଥିତ ରହି କଟନ ଶାଢ଼ୀ, ଲୁଙ୍ଗି, ଟାୱାଲ, ହେଣ୍ଡେଲ ସହ କୋଦାଳ, ବେଲଛା, ଗାଇଁତ, କୁରାଢ଼ୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ପାଇଁ ଭଲିବଲ, କ୍ୟାରମ ବୋର୍ଡ ସହ କଏନ, ଭଲିବଲ ନେଟ, ଫୁଟବଲ ନେଟ ପ୍ରଭୁତି ବଣ୍ଟନ କରିଥିଲେ l ଏ ନେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜନସାଧାରଣ ଙ୍କ ନିକଟତର ହେବା ପାଇଁ ପ୍ରୟାସ ଜାରୀ ରହିବ ବୋଲି ଶ୍ରୀ ଝା ପ୍ରକାଶ କରିଛନ୍ତି l

Leave A Reply