Odisha news

ବୋଲଗଡ଼ ଅମୃତ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା, ଦୁଲୁଦୁଲି ନୃତ୍ୟରେ ଦର୍ଶକ ଝୁମିଲେ

0
ବୋଲଗଡ଼,୨୪।୩ : ବୋଲଗଡ଼ର ଏକ ଐତିହାସିକ ସ୍ଥଳ ଭାବେ ପରିଚିତ ପନ୍ଦର ଦୋଳ ଯାତ୍ରା ପଡିଆରେ ଚାଲିଥିବା  ଅମୃତ ଉତ୍ସବ  ଦ୍ୱିତୀୟ ସନ୍ଧ୍ୟା ଅତ୍ୟନ୍ତ ମନୋମୁଗ୍ଧକର  ଥିଲା     ।ସଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ବାରପଲ୍ଲୀ ପନ୍ଦର ଦୋଳ ଯାତ୍ରା କମିଟିର ସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ସଭାତିତ୍ୱରେ ମୁଖ୍ୟଅତିଥି ଭାବେ ତହସିଲଦାର ସନ୍ତୋସିନୀ ଦାଶ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଡ଼.ଗଣେଶ୍ୱର ସ୍ୱାଇଁ,ସଂମ୍ମାନୀୟ ଅତିଥିଭାବେ ବରିଷ୍ଠ ସମାଜସେବୀ କୃଷ୍ଣ ମୋହନ ପାଲଟାସିଂହ,ଶିଳ୍ପପତି ବିଶ୍ୱଜିତ ମିଶ୍ର,ବ୍ୟଙ୍ଗକବୀ ବ୍ରଜ ବିହାରୀ ସୁବୁଦ୍ଧି,ସମିତିସଭ୍ୟ ବିନୋଦିନୀ ଦତ୍ତ ପ୍ରମୁଖ ଯୋଗଦେଇଥିଲେ । କମିଟିର ସମ୍ପାଦକ ଅଭିନାଶ ସୁବୁଦ୍ଧି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷା ଓ ସଂସ୍କୃତି ଗବେଷକ ଗୀତାଞ୍ଜଳୀ ମହାପାତ୍ର ଓ ସମାଜସେବା କ୍ଷେତ୍ରରେ ସରପଞ୍ଚ ବିଜୟ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପ୍ରାୟୋଜିତରେ ଗଞ୍ଜାମ ଜିଲ୍ଲା ଅଙ୍ଗହାରର ପଶୁନୃତ୍ୟ ଓ ଯୋଡିଶଙ୍ଖ ,କୋରାପୁଟ ଜିଲା ଲହରଙ୍ଗ ଅନୁଷ୍ଠାନର ବିଭିନ୍ନ ଆଦିବାସୀ ନୃତ୍ୟ ସହ ଢେମସା ଓ ବଲାଙ୍ଗୀର ଜିଲା ରୁନଝୁନ କଳା ପରିଷଦର ଦୁଲୁଦୁଲିର ବିଭିନ୍ନ ସମ୍ବଲପୁରୀ ନୃତ୍ୟ ବିଳମ୍ବିତ ରାତି ପ୍ରଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଶେଷରେ ଉତ୍ସବର ମୁଖ୍ୟ ଆୟୋଜକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।  ଗଙ୍ଗାଧର ଦାଶ,ବୋଲଗଡ଼

Leave A Reply