ପାରାଦୀପ୍ – ଉପକୁଳ କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରକ୍ଷା କରିବା ପାଇଁ ରକ୍ଷା କବଚ ସାଜିଥିବା ଝାଉଁ ଜଙ୍ଗଲ କୁ ଏବେ କାଠ ମାଫିଆ ମାନେ ଲୁଟ କରିବାରେ ଲାଗୀପଡିଛନ୍ତି | ଅତ୍ୟନ୍ତ ଦୟନୀୟ ଭାବେ ରାତାରାତି ଶହଶହ ଗଛ କୁ ଅବାଧ ରେ କଟାଯାଉଥିଲା ବେଳେ ବନ ବିଭାଗ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଥିବା କୁହାଯାଉଛି | ଏଭଳି ଘଟଣା ଘଟୁଛି ତୈଲ ବିଶୋଧନାଗାର ପଛ ସାଉଥଗେଟ ଓ ଚନକଣ ଗ୍ରାମ ଦେଇ ଯାଇଥିବା ଝାଉଁ ଜଙ୍ଗଲରେ | ଗତ ଏକସପ୍ତାହ ହେବ ନିର୍ଦ୍ଧିଷ୍ଠ ଏକ ଗୋଷ୍ଠୀ କୁଆଡେ ବନ ବିଭାଗ କୁ ହାତ କରି ରାତାରାତି ଗଛ ଗୁଡିକୁ ମେଶିନ ସାହାଯ୍ୟରେ କାଟି ଲୁଟ କରୁଥିବା ଆଲୋଚନା ହେଉଛି | ପ୍ରତିଦିନ ରାତି ପହିଲାବେଳକୁ ଏହି ଗୋଷ୍ଠୀ ଗଛ ଗୁଡିକୁ ଲୁଟି ନେଉଛନ୍ତି | ଏକ ମଦ ବ୍ୟବସାୟୀ , ଏକ ଆକ୍ଵାଗାର୍ଡ ବ୍ୟବସାୟୀ , ଏକ ହୋଟେଲ ବ୍ୟବସାୟୀ ଓ ଏକ ମାଛ ବ୍ୟବସାୟୀ ମିଶି ଏହି ଗଛ ଗୁଡିକୁ କଟାଉଥିବା ଓ ସେଠାରେ ପ୍ଲଟିଂ କରାଇ ଆଗକୁ ସେଠାରେ ବ୍ୟବସାୟ ଲକ୍ଷ୍ୟ ରଖିଥିବା ଆଲୋଚନା ହେଲାଣି | ଏହି ଜଙ୍ଗଲ ପାଖରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ହେବାକୁ ଯାଉଥିବାବେଳେ ଏହି ପାଖରେ କୌଣଷି ସୂତ୍ରରୁ କଳେବଳେ କୌଶଳେ ଜମି ଅଧିଗ୍ରହଣ କରି ଏଥିରେ ଥିବା ଗଛ ଗୁଡିକୁ ରାତାରାତି କାଟି ଉଠାଇଦେଲେ ତାହା ଆଗକୁ ପ୍ଲଟିଂ କରି ବ୍ୟବସାୟ କରିବାକୁ ସୁବିଧା ହେବା ଲକ୍ଷ୍ୟରେ ଏଭଳି ହେଉଥିବା କୁହାଯାଉଛି | ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ଯେ ଏହି ସମୁଦ୍ରକୂଳ ପାଖରୁ ଝାଉଁ ଜଙ୍ଗଲ କୁ କାଟିବାକୁ କିଏ ଅନୁମତି ଦେଲା ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ଜାଗା କାହାର ବ୍ୟକ୍ତିଗତ ନା ଏହି ଜାଗା କୁ ଉକ୍ତ ଗୋଷ୍ଠୀ ପ୍ରଶାସନ କୁ ହାତ କରି ହାତେଇ ନେଇଛନ୍ତି ତାହା ମଧ୍ଯ ତଦନ୍ତ ସାପେକ୍ଷ | ବିନା ଅନୁମତି ରେ ସମସ୍ତ ନୀତି ନିୟମ କୁ ଉଲଂଘନ କରି କିଭଳି ଏତେ ଗୁଡ଼ାଏ ଗଛ ରାତାରାତି ଲୁଟ ହେଉଛି ତାହା ମଧ୍ଯ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି | କୁଜଙ୍ଗ ବନବିଭାଗ କୁ ପଚାରିବାରୁ ଆମ ଗାଡି ଆମ ଲୋକ ଯାଉଛନ୍ତି , ସେଠାରେ ଯଗୁଛନ୍ତି , କିଛି ବ୍ୟସ୍ତ ହେବାର ନାହିଁ ମୁଁ ବ୍ୟସ୍ତ ଅଛି ରଖୁଚି ରଖୁଚି କହି ପ୍ରଶ୍ନକୁ ଏଡାଇ ଚାଲିଛନ୍ତି | ଆଉ ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ଏହି ପ୍ରକୃତି ର ଅନନ୍ୟ ବରଦାନ ଓ ଉପକୁଳର ରକ୍ଷା କବଚ ସାଜିଥିବା ଏହି ଝାଉଁ ଜଙ୍ଗଲ ଟି ସମ୍ପୂର୍ଣ୍ଣ ନଷ୍ଟ ହେଇଯିବ ବୋଲି ଜଣାପଡିଛି | ବେଳ ଥାଉ ଥାଉ ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ମାନେ ତଦନ୍ତ କରି ପରିବେଶ କୁ ସନ୍ତୁଳନ ରଖିବାକୁ ଦାବି ହେଉଛି |