Odisha news

ଡିଜିଟାଲ ଡିଟକ୍ସର ଲାଭ : ଗବେଷଣା କହୁଚି ସୋସିଆଲ ମିଡ଼ିଆ ରୁ ଗୋଟିଏ ସପ୍ତାହ ବ୍ରେକ ନେବା ଦ୍ଵାରା ଡିପ୍ରେଶନ ଓ ଏଙ୍ଗଜାଇଟି ଦୂର ହୋଇଥାଏ

0
ଇନ୍ଷ୍ଟା ଗ୍ରାମ, ଫେସ୍ ବୁକ୍, ସ୍ନାପ ଚାଟ, ଟୁଇଟର , ରେଡିଟ ଭଳି ଅନେକ ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମ ରହିଛି ଯେଉଁ ଗୋଟିକରେ ହେଉ ପଛେ ସମସ୍ତେ ପ୍ରାୟ ସକ୍ରିୟ ରହୁଛନ୍ତି । ଗବେଷକ ଙ୍କ ମତରେ ରେ ସୋସିଆଲ ମିଡ଼ିଆ ର ବହୁଳ ବ୍ୟବହାର କାରଣରୁ ଆଜିକାଲି ପ୍ରାୟ ସମସ୍ତେ ମାନସିକ ଚାପ ଓ ଡିପ୍ରେସନ୍ ର ଶିକାର ହେଉଛନ୍ତି ।
ନିକଟରେ ଇଂଲଣ୍ଡ ର ୟୁନଭରସିଟ ଅଫ ବାଥ୍ ରସର୍ଚର୍ ର ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ସୋସିଆଲ ମିଡିଆ ରୁ ଗୋଟିଏ ସପ୍ତାହ ଦୂରେଇ ରହିବା ଦ୍ଵାରା ମେଣ୍ଟାଲ ହେଲ୍ଥ ସୁଧାର ଆଣିଥାଏ । ଗୋଟିଏ ସପ୍ତାହ ଦୂରେଇ ରହିବା ଦ୍ଵାରା ଡିପ୍ରେସନ୍ ସମସ୍ୟା ଠିକ୍ ହୋଇଥାଏ ।
* ଡିଜିଟାଲ ଡିଟକ୍ସ କଣ -:
ବିଶେଷଜ୍ଞ ଙ୍କ ମତ ଅନୁସାରେ ଲୋକଙ୍କୁ ମଦ ଓ ସିଗାରେଟ୍ ର ଅଭ୍ୟାସ ରହିଥାଏ , ସେହିଭଳି ଭାବରେ ଭର୍ଚୁଆଲ ୱାଲ୍ଡ ରେ ମଧ୍ୟ ରହିବାର ଅଭ୍ୟାସ ହୋଇ ଯାଇଥାଏ । ବ୍ୟକ୍ତି ଚାହିଁଲେ ମଧ୍ୟ ସେହି ମାୟା ଜାଲରୁ ବାହାରି ପାରି ନଥାଏ । ସେଥିପାଇଁ ଏହି ଡିଜିଟାଲ ଦୁନିଆରୁ କିଛି ଦିନ ଦୂରେଇ ରହିବାକୁ ଡିଜିଟାଲ ଡିଟସ୍କ କୁହାଯାଏ ।
* ଏହି ଗବେଷଣାରେ କୁହା ଯାଇଥିଲା ଯେ ମାତ୍ର ଗୋଟିଏ ସପ୍ତାହ ଦୂରେଇ ରହିବା ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ଙ୍କ ମଧ୍ୟରେ ସହନଶୀଳତା ବୃଦ୍ଧି ପାଇଥିଲା ।
* ଯେଉଁ ମାନେ ଅଧିକ ଡିଜିଟାଲ ମିଡିଆ ସହିତ ଜଡ଼ିତ ରୁହନ୍ତି ସେମାନେ ଖୁବ୍ ଛୋଟ ଛୋଟ କଥାରେ ଖୁବ୍ ଶୀଘ୍ର ରାଗି ଥାଆନ୍ତି । କିନ୍ତୁ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା ଦ୍ଵାରା କ୍ରୋଧ ନିୟନ୍ତ୍ରିତ ହୋଇଥାଏ ।
* ସୋସିଆଲ ମିଡିଆ ବ୍ୟକ୍ତିକୁ ପାରିବାରିକ କଳହ ଆଡ଼କୁ ଅଧିକ ଟାଣି ନେଇଥାଏ । ତେଣୁ ବ୍ୟକ୍ତି ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା ଉଚିତ୍ ।
Nalco
Leave A Reply