ସନାତନ ଧର୍ମ ରେ ଆଶ୍ୱିନ ପୂର୍ଣ୍ଣିମା ର ପର ଦିନଠାରୁ ଆରମ୍ଭ ହୋଇଥାଏ କାର୍ତ୍ତିକ ମାସ । କାର୍ତ୍ତିକ ମାସ ଧର୍ମ କାର୍ଯ୍ୟ ପାଇଁ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଏହି ମାସଟିକୁ ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାସ ବୋଲି କୁହାଯାଇ ଥାଏ । ଚଳିତ ବର୍ଷ କାର୍ତ୍ତିକ ମାସ ଅକ୍ଟୋବର ୧୦ ତାରିଖ ଠାରୁ ଆରମ୍ଭ ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଅନେକ କାର୍ଯ୍ୟ କରିବା ବର୍ଜନୀୟ ଅଟେ ।
କାର୍ତ୍ତିକ ମାସରେ ଏହିସବୁ କାର୍ଯ୍ୟ କରିବା ବର୍ଜନୀୟ -:
* କାର୍ତ୍ତିକ ମାସରେ ଦେହ ରେ ତେଲ ଲଗାଇବା ବର୍ଜନୀୟ ଅଟେ । ଯଦି ଆପଣ ତେଲ ଲଗାଇବେ ତେବେ କେବଳ ନରକ ଚତୁର୍ଦ୍ଦଶୀ ଦିନ ।
* ଏହି ମାସରେ ଆମିଷ ଖାଦ୍ୟ ବର୍ଜନୀୟ ଅଟେ । ଏହାଛଡ଼ା ପିଆଜ ରସୁଣ ଖାଇବା ମଧ୍ୟ ଉଚିତ୍ ନୁହେଁ ।
” କାର୍ତ୍ତିକ ମାସରେ ପିତା ଖାଇବା ଧାର୍ମିକ ଦୃଷ୍ଟିରୁ ଉଚିତ୍ ନୁହେଁ । କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ମାସରେ ଦହି ଖାଇବା ଉଚିତ୍ ନୁହେଁ, କାରଣ ଏହି ମାସଟି ରୋଗ ସଂକ୍ରମଣ ର ମାସ ଅଟେ ।
* କାର୍ତ୍ତିକ ମାସ ସନାତନ ଧର୍ମରେ ଧର୍ମ ର ମାସ ହୋଇଥିବା କାରଣରୁ ମାଂସ ମଦିରା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଜୀବନ ରେ ଦୁଃଖ ଦୁର୍ଦ୍ଦଶା ଦେଖା ଦେଇଥାଏ ।
କାର୍ତ୍ତିକ ମାସରେ ଏହିସବୁ କାର୍ଯ୍ୟ କରିବା ଉଚିତ୍ :-
* କାର୍ତ୍ତିକ ମାସ ପୁଣ୍ୟ ଲଭାର ମାସ । ତେଣୁ ସମ୍ପୂର୍ଣ୍ଣ ମାସ ସାରା ପ୍ରତିଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇବା ଖୁବ୍ ଶୁଭ ଅଟେ ।
* ଏହି ମାସ ସାରା ଭଗବାନ୍ ବିଷ୍ଣୁ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ । ମାନ୍ୟତା ଅନୁସାରେ ଏହି ମାସରେ ତଳେ ଶୋଇବା ଆବଶ୍ୟକ ହୋଇଥାଏ ଓ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରିବା ଉଚିତ୍ ।
* କାର୍ତ୍ତିକ ମାସରେ ଭଗବାନ୍ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କୁ ମିଳିତ ଭାବରେ ପୂଜା କରାଯାଏ। କାରଣ ମାନ୍ୟତା ଅନୁସାରେ ଏହି ମାସରେ ଲକ୍ଷ୍ମୀ ନାରାୟଣ ଙ୍କ କୃପା ଲାଭ କଲେ ୭ ଜନ୍ମ ର ପାପ କ୍ଷୟ ହୋଇଥାଏ ।
* କାର୍ତ୍ତିକ ମାସରେ ଭଗବାନ୍ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ଥାଆନ୍ତି ଓ ସର୍ବ ପ୍ରଥମେ ତୁଳସୀ ଙ୍କୁ ଖୋଜନ୍ତି ତେଣୁ ଏହି ମାସରେ ତୁଳସୀ ପୂଜା ନିହାତି କରିବା ଆବଶ୍ୟକ।
* ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ଯେଭଳି ଗ୍ରନ୍ଥ ମାନଙ୍କ ମଧ୍ୟରେ ବେଦ ଶ୍ରେଷ୍ଠ ସେହିଭଳି ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ଅଟେ । ତେଣୁ ଏହି ମାସରେ ପୂଜାର୍ଚ୍ଚନା କରିବା ଉଚିତ୍ ।
