Odisha news

ଧୂପକାଠି କଣ ପାଇଁ ପୂଜା ସମୟରେ ଜଳା ଯାଇଥାଏ : କଣ ରହିଛି ଏହାର ଧାର୍ମିକ ମହତ୍ୱ

ଆମ ହିନ୍ଦୁ ଧର୍ମରେ ପ୍ରାୟ ସମସ୍ତ ଘରେ ଭଗବାନଙ୍କ ପାଇଁ ସ୍ଥାନଟିଏ ରହିଥାଏ l ଆମେ ପ୍ରତିଦିନ ଈଶ୍ୱରଙ୍କୁ ବିଭିନ ଜିନିଷ ଅର୍ପଣ କରି ପୂଜା କରିଥାଉ , ସେଥି ମଧ୍ୟରୁ ଗୋଟିଏ ହେଉଛି ଅଗରବତୀ l କୁହାଯାଏ ଯେ ଅଗରବତୀ ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ଓ ଘର ପରିବାରର ଅସୁବିଧା ଦୂର ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଗରବତୀ ସୁଖ ସମୃଦ୍ଧିର ଆଧାର ଅଟେ l ପୂଜା ସ୍ଥାନରେ ଅଗରବତୀ ଜଳାଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ଘରର ବାତାବରଣ ଶୁଦ୍ଧ ହୋଇଥାଏ l

* ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିଦିନ ଅଗରବତୀ ଜଳାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ l କୁହାଯାଏ ଯେ ଖରାପ ବାସ୍ତୁ ଦୋଷ ଯୋଗୁଁ ମାନସିକ ଚିନ୍ତାର ଆପଣ ଶିକାର ହେବେ l ତେଣୁ ପ୍ରତିଦିନ ଅଗରବତୀ ଲଗାଇବା ଦ୍ୱାରା ଆପଣ ଚିନ୍ତା ରୁ ମଧ୍ୟ ମୁକ୍ତ ରହିପାରିବେ l

* ଦକ୍ଷିଣ ଦିଗକୁ ବାସ୍ତୁ ଅନୁସାରେ ଯମରାଜା ଙ୍କ ସ୍ଥାନ ବୋଲି କୁହାଯାଇଥାଏ l ତେଣୁ ଏହି ଦିଗକୁ ନକାରାତ୍ମକ ଶକ୍ତି ସହିତ ଯୋଡ଼ା ହୋଇ ଦେଖା ଯାଇଥାଏ l ଯଦି ଆପଣ ପ୍ରତିଦିନ ଘରର ଦକ୍ଷିଣ ଦିଗରେ ଅଗରବତୀ ଜଳାଇବେ ତେବେ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ଅଗରବତୀ ଜଳାଇବା ଦ୍ୱାରା ଯେଉଁ ଧୂଆଁ ବାହାରିଥାଏ ତାହା ହାନିକାରକ ବ୍ୟାକ୍ଟେରିଆ କୁ ଦୂର କରିଥାଏ l ଏହାର ଅର୍ଥ ଅଗରବତୀ ଜଳାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ l ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ l

* ଯଦି ଆପଣ ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେବେ ଘରେ ଅଗରବତୀ ଜଳାନ୍ତୁ ,କାରଣ ଏହା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ସହିତ ଆର୍ଥିକ ସ୍ତିତି କୁ ସୁଦୃଢ କରେ l

Comments are closed.