ଢ଼େଙ୍କିକୋଟ ତା ୧୦. ୭ : ଘଟଗାଁ ଥାନା ଅନ୍ତର୍ଗତ ତରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଓ ସ୍ପର୍ଶକାତର ଘଟଣା l ଯାହାକି ଆଜି ସମଗ୍ର ଘଟଗାଁ ଅଂଚଳରେ ଚର୍ଚାର ବିଷୟ ପାଲଟିଛି ତଥା ଆଲୋଡ଼ ସୃଷ୍ଟି କରିଛି l ସାତ ବର୍ଷର ଶିଶୁକନ୍ୟା ଟି ନିଜର ଜେଜେ ମା ସହିତ ପାଖଘର ବାହାଘର ଭୋଜି ଖାଇବାକୁ ଯାଇଥିଲା l ତେବେ ସେ ଏକୁଟିଆ ଘରକୁ ଫେରିବାବେଳେ ଉକ୍ତ ଗ୍ରାମର ଚକ୍ରଧର ନାଏକ ର ବିବାହିତ ପୁଅ ଅଜୟ ତାକୁ ରାସ୍ତା କଡରୁ ଟେକିନେଇ ଏକ ନିରୋଳା ଯାଗାରେ ଦୁଷ୍କର୍ମ କରିଥିଲା l
ଜେଜେ ମା ଘରକୁ ଫେରିବାପରେ ନାତୁଣୀ କୁ ଖୋଜା ଖୋଜି କରିଥିଲେ l ବହୁ ଖୋଜାଖୋଜି ପରେ ରାତି ୧୧ ଟା ବେଳେ ଶିଶୁକନ୍ୟା ଟି କୁ ମୁମୂର୍ଷୁ ଅବସ୍ଥlରେ ପାଇଥିଲେ l ସଂଗେସଂଗେ ତାକୁ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଓ ଚିକିତ୍ସା କରାଯାଇଥିଲା l ଦୁଷ୍କର୍ମ ସମ୍ପର୍କରେ ଜାଣିବାପରେ ଶିଶୁକନ୍ୟା ର ଜେଜେ ବାପା ଘଟଗାଁ ଥାନାରେ ଲିଖିତଆକାରରେ ଜଣାଇଥିଲେ l ରାତିରେ ଥାନା ଅଧୀକାରୀ ସୁବ୍ରତ କୁମାର ଛାନଭିନ ଖୋଜାଖୋଜି କରି ଅଭିଯୁକ୍ତ ଅଜୟ କୁ ତରା ଗ୍ରାମରୁ ଗିରଫ କରିଛନ୍ତି l ତେବେ ଅଭିଯୁକ୍ତ ନିଜେ ଦୁଷ୍କର୍ମ କରିଥିବା କଥାକୁ ସ୍ବୀକାର କରିଛି l ଆଜି ଶିଶୁକନ୍ୟା ଟିର ଡାକ୍ତରୀମାଇନା କରାଯିବ l ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l
