Odisha news

ଗାଙ୍ଗପୁର ଆମ ପୋଲିସ୍ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ; 276 ୟୁନିଟ୍ ରକ୍ତ ସଂଗ୍ରହ

0

ବେଲଗୁଣ୍ଠା,10/07, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗାଙ୍ଗପୁର ଥାନା ପରିସରରେ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ରକ୍ତଦାନ ଶିବିରରେ ମୋଟ 276 ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି I ଭଞ୍ଜନଗର ରକ୍ତଭଣ୍ଡାର ଟିମ୍ 130 ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାର ଟିମ୍ 146 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ I

ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଆବାହନ କ୍ରମେ  ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ   ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଛତ୍ରପୁର ଥାନା ଅଧିକାରୀ  ସତ୍ୟରଞ୍ଜନ ପ୍ରଧାନ,ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ,ବୁଗୁଡା ଥାନାଅଧିକାରୀ ଚିତ ରଞ୍ଜନ ବେହେରା,ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା, ଗଂଜାମ ଯୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ଵାଇଁ, ସମାଜ ସେବୀ ଭଗବାନ ସାହୁ,ଏକ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟା, ତନ୍ମୟୀ ନାହାକ,29 ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ଵାଇଁ, 47 ସଭ୍ୟା ପୁର୍ନବାସୀ ନାୟକ, ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I  ଗଞ୍ଜାମ ଜିଲ୍ଲା ଯୁବ ରେଡ଼କ୍ରସ୍ ସଂଯୋଜକ ବି ଗୋବିନ୍ଦ ରାଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ ମଞ୍ଚ ପରିଚାଳନା କରିଥିଲେ I ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ I

ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କାଙ୍କ ନେତୃତ୍ୱରେ କ୍ଷତ୍ରିୟବରପୁର ମହାବିଦ୍ୟାଳୟ, କେନ୍ଦୁପଦର ମହାବିଦ୍ୟାଳୟର  ଦୀପୁ ଭୂୟାଁ,  ଚିନ୍ମୟ ପୋଲାଇ,ଅରୁଣ ସେଠୀ, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ,  ସମିତି ସଭ୍ୟ,କୁଞ୍ଜବିହାରୀ ନାୟକ,ନାରାୟଣ ଗୌଡ଼,ବିଭୁପାଦ ଜେନା, ପୀତବାସ ସାହୁ,ସନ୍ତୋଷ ଜେନା, ସରପଞ୍ଚ ,ଯୋଗେନ୍ଦ୍ର ସ୍ଵାଇଁ, ସୁରେନ୍ଦ୍ର କୁମାର ଡାକୁଆ,ବିଦ୍ୟାନ୍ତ ଚର୍ଚି, ରମେଶ ବିଶ୍ୱାଳ, ଦୁର୍ଗlମାଧଵ ନାୟକ,ସଜନ ସ୍ଵାଇଁ ଓ,ଶଶାଙ୍କ ଚର୍ଚି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର, ଖଇରପୁଟି, କ୍ଷତ୍ରିୟବରପୁର,ଶାସନ, ନେଟଙ୍ଗା,ଗୋବରା,ପାଇଲିପଡା,ବେଣୀପଲ୍ଲୀ, ବଡ଼ ବୋର୍ସିଂ,ବଡପଡା, ଆସିକା ବ୍ଳକ୍ ର କେନ୍ଦୁପଦର,ନିମିନା,ବେଣାପାଟ,ବାଙ୍ଗରଡା,ମୁନିଗାଡ଼ି,ବାଲିସିରା,ଧରାକୋଟ ବ୍ଳକ୍ ର ଡି.ସିଙ୍ଗିପୁର,ଝରପାରି, ଝାଡ଼ାବନ୍ଧ ଏବଂ ସୋରଡ଼ା ବ୍ଳକ୍ ର କୁଲାଙ୍ଗୀ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ନେତୃତ୍ୱରେ ରକ୍ତଦାତା ମାନେ ରକ୍ତଦାନ କରିଥିଲେ I ଏହି ଅବସରରେ 47 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ,ସମିତିସଭ୍ୟ କେ ରବୀନ୍ଦ୍ର ପାତ୍ର, ଶାସନ ସମିତି ସଭ୍ୟ ପିନାକୀନି ବିଷୋୟୀ,ସାଂସଦ ପ୍ରତିନିଧି ସନ୍ତୋଷ ସ୍ଵାଇଁ, ମୁନିଗାଡ଼ି ନାଏବ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ ଝରପାରି ସରପଞ୍ଚ ରଂଜିତ୍ ଭୂୟାଁ ପ୍ରମୁଖ ରକ୍ତଦାନ କରି ରକ୍ତଦାତା ମାନଙ୍କର ଉତ୍ସାହ ବଢାଇଥିଲେ I ଝରପାରି ସରପଞ୍ଚ ରଂଜିତ୍ ଭୂୟାଁଙ୍କ ନେତୃତ୍ୱରେ ଉକ୍ତ ପଂଚାୟତରୁ ସର୍ବାଧିକ 48 ଜଣ ରକ୍ତଦାତା ରକ୍ତଦାନ କରିଥିଲେ I ଏହି ସମସ୍ତ କାର୍ଯ୍ୟକ୍ରମକୁ ଏସ ଆଇ ସୁବ୍ରଜିତ ସାମନ୍ତରାୟ ଙ୍କ ସମେତ ପୋଲିସ ଜର୍ମଚାରି ମାନେ ସହଯୋଗ କରିଥିଲେ ।

Nalco
Leave A Reply