ଢ଼େଙ୍କିକୋଟ ତା ୨୯. ୯. ୨୩ : ଢ଼େଙ୍କିକୋଟ ଗଜଲକ୍ଷ୍ମୀ ପୁଜା କମିଟି ତରଫରୁ ଆଜି ଏକ ମlହେନ୍ଦ୍ର ବେଳାରେ ମାଆ କଂ ପୁଜା ପାଇଁ ମାଟି ଅନୁକୂଳ କରାଯାଇଛି l ପବିତ୍ର ମାଟି କୁ ମହୁଲଗାଡିଆ ନିକଟବର୍ତ୍ତୀ କେଲଦୁମା ରୁ ଅଣାଯାଇଛି l ବାଜା ବାଣ ଘଣ୍ଟ ଘଣ୍ଟା ମଧ୍ୟରେ ଓ ପୂଜକ କଳାକର ପଣ୍ଡା କଂ ଯଥାବିଧି ପୁଜାର୍ଚନା ପରେ ମାଟି ଅନୁକୂଳ ହୋଇଥିଲା l ଗଜଲକ୍ଷ୍ମୀ ପୁଜା କମିଟି ର ସଭାପତି ରାମଚନ୍ଦ୍ର ସାହୁ କର୍ତ୍ତା ଭାବେ ପୁଜାକାର୍ଯ୍ୟ ରେ ବସିଥିଲେ l ତାଂକ ସହିତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଚଳିତବର୍ଷ ପୁଜା ଅଧିକ ଧୁମଧାମ୍ ରେ ପାଳନ କରାଯିବ ବୋଲି ସଭାପତି ରାମଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି l ତେବେ ମାଆ କଂ ଆଗମନ କୁ ମାତୃପ୍ରେମୀ ମାନେ ଅପେକ୍ଷା କରିଛନ୍ତି l